କ୍ରୋମାଇଟ ଦର ଆକାଶ ଛୁଆଁ ; ସଙ୍କଟରେ ଏକାଧିକ କାରଖାନା
ାା ପ୍ରଭାନୁ୍ୟଜ ।ା କାଳିଆପାଣି: ବିଶ୍ୱର ୭୦ ପ୍ରତିଶତ କ୍ରୋମାଇଟ୍ ସୁକିନ୍ଦା କାଳିଆପାଣି ଅଞ୍ଚଳରେ ମହଜୁଦ ରହିଛି । କ୍ରୋମାଇଟ୍ ଉପରେ ନିର୍ଭର କରି ଏହି ଜିଲାରେ ଏକାଧିକ ଶିଳ୍ପ ସଂସ୍ଥା ଗଢି ଉଠିଥିଲେ ମଧ୍ୟ ଶିଳ୍ପ ସଂସ୍ଥା ଗୁଡ଼ିକରେ ବର୍ତ୍ତମାନ ସଙ୍କଟ ଦେଖା ଦେଇଛି । ନିଲାମ ପ୍ରକ୍ରିୟା ସାଙ୍ଗକୁ କ୍ରୋମାଇଟ ଦର ଆକାଶ ଛୁଆଁ ଏହାର ବଡ଼ କାରଣ ହୋଇଛି । ଚଳିତ ବର୍ଷ ଏପ୍ରିଲ ଓ ମେ ମାସ ନିମ୍ନମାନର କ୍ରୋମାଇଟ୍(-୪୦) ଦର ୭ ରୁ ୮ ହଜାର ମଧ୍ୟରେ ରହିଥିବା ବେଳେ ବର୍ତ୍ତମାନ ତାହା ୧୧ ହଜାରରୁ ଅଧିକ ହେଲାଣି । ଏକାଧିକ ଶିଳ୍ପ ସଂସ୍ଥା ନିମ୍ନ ମାନର କ୍ରୋମାଇଟ କ୍ରୟକରି ତାକୁ ୱାସିଂ କରି ବିକ୍ରୀ କରୁଥିବା ବେଳେ ନିଲାମ ପ୍ରକ୍ରିୟା କମ୍ ହେବା ସହିତ ଦର ଆକାଶ ଛୁଆଁ ହେବାରୁ ଶିଳ୍ପସଂସ୍ଥା ଗୁଡ଼ିକ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ମଙ୍ଗଳପୁର ପୁବଳ ସ୍ଥିତ କ୍ରୋମ ସାଗର କାରଖାନା, ଗୋଲାଗାଁ ସ୍ଥିତ ଆନଦ ଏକ୍ସପର୍ଟ କାରଖାନା, କଳିଙ୍ଗ ମିନେରାଲ, ବୈରୀ ସ୍ଥିତ ଏଥ୍ରି ମିନେରାଲ କାରଖାନା ଗୁଡ଼ିକ-୪୦ ପ୍ରତିଶତ ଗ୍ରେଡ କ୍ରୋମ କ୍ରୟ କରି ତାକୁ ୱାସିଂ କରି ନିଜର ବ୍ୟବସାୟ କରିଥାନ୍ତି । ପୂର୍ବରୁ ପ୍ରତି ମାସ ୫ ହଜାରରୁ ୮ହଜାର ମେଟ୍ରିକ୍ ଟନ୍ ପ୍ରତି ମାସରେ କମ୍ ମୂଲ୍ୟରେ କ୍ରୟ କରୁଥିବା ବେଳେ ବର୍ତ୍ତମାନ କ୍ରୋମାଇଟ ନିଲାମ ସଙ୍କୋଚ ପାଇଁ ୫୦୦ ରୁ ୧ହଜାର ମ୍ୟାଟ୍ରିକ ଟନ୍ ତାହା ପୁଣି ଚଢ଼ା ଦରରେ କ୍ରୋମ୍ କ୍ରୟ କରିବାକୁ ପଡୁଛି । ପ୍ରତି କାରଖାନାରେ ୨୦୦ରୁ ଅଧିକ ଶ୍ରମିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ହୋଇଥିଲେ ମଧ୍ୟ ବର୍ତମାନ କାର୍ଯ୍ୟ ନଥିବା ହେତୁ ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ଦେବା ପାଇଁ ମଧ୍ୟ ଶିଳ୍ପସଂସ୍ଥା ଗୁଡ଼ିକ ଅସମର୍ଥ । କେବଳ ଉପରୋକ୍ତ କାରଖାନା ନୁହେଁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ କ୍ରୋମ ଭିତ୍ତିକ କାରଖାନା ଗୁଡ଼ିକ ମଧ୍ୟ ସଂକଟ ଦେଇ ଗତି କରୁଛି । ଶିଳ୍ପସଂସ୍ଥା ଗୁଡ଼ିକ ବ୍ୟାଙ୍କ୍ ଋଣ କିସ୍ତି ପ୍ରଦାନ ପାଇଁ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଓ ଖଣି କର୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।