ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

 ଯାଜପୁର ଟାଉନ: ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଟାଉନ ଥାନା ଅନ୍ତର୍ଗତ କପାସି ନିକଟ ବିବେକାନନ୍ଦ ସ୍କୁଲ ନିକଟ ଯାଜପୁର-ବିଞ୍ଝାରପୁର ମୁଖ୍ୟ ରାସ୍ତାରେ ସାନସୁଆର ପଂଚାୟତ ଛବାଟି ଗ୍ରାମର ଭୀମସେନ ଦାସ (୭୫) କିଛି କାମ ପାଇଁ ଆସିଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । କିଛି ସମୟ ପରେ ସ୍ଥାନୀୟ ଲୋକେ ଭୀମସେନକୁ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତ ଶରୀରକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ତେବେ ଏକ ଅଟୋ ଗାଡ଼ି ଭୀମସେନକୁ ଧକ୍କା ଦେଇଥିବାର ଅନୁମାନ କରାଯାଉଛି । ପୁଲିସର ତଦନ୍ତ ପରେ ଏହାର ସ୍ପଷ୍ଟ ଜଣାପଡିବ ।