ଶ୍ରୀମନ୍ଦିରରୁ ବଳକା ଦାରୁ କାଠ ଯାଇନି : ଆଇନମନ୍ତ୍ରୀ

ଶ୍ରୀମନ୍ଦିରରୁ ବଳକା ଦାରୁ କାଠ ଯାଇନି : ଆଇନମନ୍ତ୍ରୀ

ଶ୍ରୀମନ୍ଦିର ଦାରୁ କାଠ ବିବାଦ ଭିତରେ ବଡ଼ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।  ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ,ବଳକା ଦାରୁ କାଠରେ ବିଗ୍ରହ ତିଆରି ହେବା ଖବର ସମ୍ପୂର୍ଣ୍ଣ ମିଛ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ବଳକା ଦାରୁରେ ହୋଇନାହିଁ ବରଂ ନିମ କାଠରେ ବିଗ୍ରହ ତିଆରି ହୋଇଛି । ଏହି ବିଗ୍ରହ ଭୁବନେଶ୍ବରରୁ ତିଆରି ହୋଇ ଦୀଘା ଯାଇଛି ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି । ସେହିପରି ସେବାୟତଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଶ୍ରୀମନ୍ଦିର ସେବାୟତ ଅନ୍ୟ କେଉଁଠି ପୂଜା କରିବା ନେଇ ବିଧି ନାହିଁ । ସେବକମାନେ ଗଣମାଧ୍ୟମକୁ ଆସି ପୂଜା ବିଧି ବିଷୟରେ ଯାହା ମନ୍ତବ୍ୟ ରଖୁଛନ୍ତି, ସେଥିପାଇଁ ମାର୍ଗଦର୍ଶିକା ଆସିବ ।  ସେହିପରି ଦଇତାପତି ନିଯୋଗ ସଭାପତି ଯେଉଁ ବୟାନ ଦେଇଥିଲେ, ତାହା ସ୍ଲିପ୍ ଅଫ୍ ଟଙ୍ଗ ବୋଲି ଖୋଦ୍ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି । ଭୁବେନେଶ୍ୱରରେ ସୁଦର୍ଶନ ମହାରଣା ପାଖରୁ ତିଆରି କରି ନେଇ ସେ ଲିଖିତ ଜଣାଇଛନ୍ତି । ଭୁବନେଶ୍ୱରରେ ଲିମ୍ବ କାଠରେ ମୂର୍ତ୍ତି ତିଆରି କରିକି ଦେଇଛନ୍ତି ବୋଲି ମହାରଣା ମଧ୍ୟ ସ୍ୱୀକାର କରିଛନ୍ତି ।