‘ସମ୍ବିଧାନ ବଞ୍ଚାଅ’ ସଫଳ ପାଇଁ କିଷାନ କଂଗ୍ରେସର ପ୍ରସ୍ତୁତି
ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଚାଷୀ ତା’ର ହକ୍ ପାଉନାହିଁ । ସେମାନଙ୍କର ନ୍ୟାଯ୍ୟ ଦାବି ପୂରଣ ନିମନ୍ତେ ଆନେ୍ଦାଳନ ହିଁ ଏକମାତ୍ର ବିକଳ୍ପ । ଏହି ପରିପ୍ରେକ୍ଷୀରେ ମହିଳାଙ୍କୁ ନ୍ୟାୟ, ଚାଷୀଙ୍କୁ ନ୍ୟାୟ, ସମ୍ବିଧାନ ବଞ୍ଚାଅ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ଆସନ୍ତା ୧୧ରେ କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆଠାରେ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହେବ । ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ ଅଜୟ ଲଲୁ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେବେ । ଏହି ସମାବେଶକୁ ସଫଳ କରିବା ପାଇଁ ଓଡ଼ିଶାର କଂଗ୍ରେସ ପ୍ରେମୀ ସମସ୍ତ ଚାଷୀ ଭାଇଭଉଣୀ, କୃଷି ଶ୍ରମିକ ବିପୁଳ ସଂଖ୍ୟାରେ ଯୋଗଦେବାକୁ କିଷାନ କଂଗ୍ରେସ ଜାତୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକଙ୍କ ଆହ୍ୱାନ ଦେଇଛନ୍ତି ।