ସାମ୍ବାଦିକ ଓ ପୁଲିସ୍ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍
କଟକ : କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଠାରେ ଥିବା ଗୋପବନ୍ଧୁ ଖେଳ ପଡିଆଠାରେ ପୁଲିସ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ ମ୍ୟାଚ୍ରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସାମ୍ବାଦିକ ସଙ୍ଘର କୋଚ୍ ଦୀପକ ମଙ୍ଗରାଜଙ୍କ ଦ୍ୱାରା ଏକ ଶକ୍ତିଶାଳୀ ଟିମ ଗଠନ କରାଯାଇଥିଲା । ସଙ୍ଘର କ୍ୟାପଟେନ ସତ୍ୟବ୍ରତ ଦାସ ଓ ପୁଲିସ ଏକାଦଶର କ୍ୟାପଟେନ ଆଶୁତୋଷ ପାଣିଙ୍କ ମଧ୍ୟରେ ଟସ୍ ପରେ ସାମ୍ବାଦିକ ଏକାଦଶ ପ୍ରଥମେ ବ୍ୟାଟିଂ କରି ଏକ ନିର୍ଦ୍ଧାରିତ ଓଭରରେ ୯୧ ରନ୍ ସ୍କୋର କରିଥିଲା । ଏହି ସ୍କୋରକୁ ପିଛା କରି ପୁଲିସ ଏକାଦଶ ବ୍ୟାଟିଂ କରି ଶେଷ ଓଭରରେ ଶେଷ ବଲରେ ବିଜୟୀଲାଭ କରିଥିଲା । ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଚୌଦ୍ୱାର ଥାନାର ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଞ୍ଜନ ସାହୁ, ଚୌଦ୍ୱାର ପୌରଉପାଧ୍ୟାକ୍ଷ ଶୁଭେନ୍ଦୁ ସାମଲ, ବରିଷ୍ଠ ସାମ୍ବାଦିକ ପଦ୍ମଲାଭ ବରାଳ, ବିଶ୍ୱଜିତ ଭଞ୍ଜ, ନସୀମ ବେଗ, ରୁଦ୍ରାଶିଷ ନାଥ, ଖିରୋଦ ପରିଡା, କାହ୍ନୁ ବେହେରା, ଆଶୁତୋଷ ଦାସ, ବଳରାମ ଲେଙ୍କା, ମାନସ ସାମଲ, ଅଜିତ ସ୍ୱାଇଁଙ୍କ ସମେତ ବହୁ ସାମ୍ବାଦିକ ଭାଇ ଏବଂ ପୁଲିସ ଏକାଦଶର ସମସ୍ତ ଖେଳାଳିମାନେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ଟି ସମାଜ ଏକ ସୁନ୍ଦରବାର୍ତ୍ତା ପ୍ରଦାନ କରିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଥିବାର ଜଣାପଡିଛି ।