ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ
।ା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପରିପ୍ରେକ୍ଷୀରେ ଏକ ବ୍ଲକସ୍ତରୀୟ ପ୍ରାଥମିକ ଓ ଉ.ପ୍ରା ବିଦ୍ୟାଳୟସ୍ତରୀୟ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ସହଦେବ ବିଦ୍ୟାପୀଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ପୋରହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ରତିକାନ୍ତ ସାହୁ ଯୋଗଦାନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଗଁଦିଆ ପ୍ରେସ୍କ୍ଲବ ସଭାପତି ମହେନ୍ଦ୍ର ସାହୁ, ସହଦେବ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଗଗନ ବିହାରୀ ଲେଙ୍କା ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟତଃ ଏଥିରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦୁଇଟି ଭାଗରେ ବିଭକ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପ୍ରତିଯୋଗୀଙ୍କୁ ସବ୍ଜୁନିଅର ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିୟର ଗ୍ରୁପ କରାଯାଇ ଉକ୍ତ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଜୁନିଅର ଗ୍ରୁପ ପାଇଁ ୩୦ଟି ପ୍ରଶ୍ନ ଓ ସବ୍ଜୁନିଅର ପାଇଁ ୨୫ଗୋଟି ପ୍ରଶ୍ନ ରହିଛି । ଉକ୍ତ ବ୍ଲକର ୧୫୬ ଗୋଟି ବିଦ୍ୟାଳୟରୁ ୧୫୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଦୁଇଟି ଇଭେଣ୍ଟ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବରେ ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ ଓ ସାମ୍ମନିତ ଅତିଥି ଭାବରେ ପୋରହଖୋଜ ପଞ୍ଚାୟତ ସମିତି ସଭ୍ୟ ବଳରାମ ପରିଡା ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସିଆରସିସି ଓ ଶିକ୍ଷକଶିକ୍ଷୟିତ୍ରୀମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।