ୱାୟନାଡରୁ ପ୍ରାର୍ଥପାତ୍ର ଦାଖଲ କଲେ ରାହୁଲ

ୱାୟନାଡରୁ ପ୍ରାର୍ଥପାତ୍ର ଦାଖଲ କଲେ ରାହୁଲ

 ନୂଆଦିଲ୍ଲୀ : କେରଳର ୱାୟନାଡରୁ ପ୍ରାର୍ଥôପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧି ତାଙ୍କ ସହ ଉପସ୍ଥିତ ଥିଲେ । ହଜାର ହଜାର ସମର୍ଥକଙ୍କୁ ନେଇ ରୋଡ୍ ଶୋ' କରିବା ପରେ ବିଶାଳ ପଟୁଆରରେ ଆସି ପ୍ରାର୍ଥôପତ୍ର ଦାଖଲ କରିଛନ୍ତି ରାହୁଲ । ପ୍ରାର୍ଥôପତ୍ର ଦାଖଲ ପୂର୍ବରୁ ଲୋକଙ୍କୁ ସମ୍ବୋଧନ କରି ରାହୁଲ କହିଥିଲେ, ମୁଁ ୱାୟନାଡକୁ ୫ ବର୍ଷ ପୂର୍ବେ ଆସିଥିଲି । ସେହି ସମୟରେ ମୁଁ ଏଠାରେ ନୂଆ ଥିଲି । ଆଶା କରୁଛି ଆପଣଙ୍କ ପରିବାରର ମୁଁ ଅଂଶ ହୋଇପାରିବି । ଏହା କୌଣସି ରାଜନୈତିକ ବିବୃତ୍ତି ନୁହେଁ । ସେ ଆହୁରି କହିଥିଲେ, ୱାୟନାଡରୁ ସାଂସଦ ହେବା ମୋ ପାଇଁ ଗର୍ବର ବିଷୟ । ଗତ ୫ ବର୍ଷ ମଧ୍ୟରେ ଅନେକ କିଛି ଶିଖିବାକୁ ମିଳିଛି । ଏଠାରେ ଅନେକ ସମସ୍ୟା ରହିଛି । ସବୁ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ k