ଜେଲରୁ ବାହାରିଲେ ସଞ୍ଜୟ ସିଂହ

ଜେଲରୁ ବାହାରିଲେ ସଞ୍ଜୟ ସିଂହ

ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ଆପ୍ ସାଂସଦ ସଞ୍ଜୟ ସିଂହ ଆଜି ମୁକୁଳିଛନ୍ତି । ସେ ଦୀର୍ଘ ୬ ମାସ ପରେ ଗତକାଲି ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ । ଆଜି ଜାମିନ କାଗଜ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚôଥିଲା । ଜାମିନ କାଗଜ ପାଇବା ପରେ ଆଜି ସନ୍ଧ୍ୟାରେ ସେ ଜେଲରୁ ବାହାରିଛନ୍ତି । ସେ ଜେଲରୁ ବାହାରିବାକୁ ଥିବାରୁ ଅପାର କର୍ମକର୍ତ୍ତା ଓ ସମର୍ଥକମାନେ ତିହାର ଜେଲ ବାହାରେ ଭବ୍ୟ ସ୍ୱାଗତ ପାଇଁ ଉପସ୍ଥିତ ରହିଥିଲେ । ସମସ୍ତେ ତାଙ୍କୁ ଢୋଲ ବଜାଇ ଓ ଫୁଲ ମାଳା ପକାଇ ସ୍ୱାଗତ କରିଛନ୍ତି । 
ଜେଲରୁ ବାହାରିବା ପରେ ନିଜ ସମର୍ଥକ ଓ ଗଣମାଧ୍ୟମ ଆଗରେ ଜୋରଦାର ବର୍ଷିଛନ୍ତି ସଞ୍ଜୟ । ଜେଲର ବି ନିଶ୍ଚିତ ଭାଙ୍ଗିବ ବୋଲି ସେ ବେଶ ଆକ୍ରମଣାତ୍ମକ ଢଙ୍ଗରେ ଦମ୍ଭୋକ୍ତି କରିଛନ୍ତି । ସେ ଗୋଟିଏ ଖୋଲା ଜିପ ଉପରେ ଛିଡ଼ା ହୋଇ କହିଛନ୍ତି, ଉତ୍ସବ ମନାଇବାର ସମୟ ଆସିନି । ଏହା ସଂଘର୍ଷର ସମୟ । ଆମ ପାର୍ଟିର ସବୁଠାରୁ ବଡ଼ ନେତା ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ  ଓ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ରଖାଯାଇଛି । ମୋର ଭରସା ଓ ବିଶ୍ୱାସ ଅଛି ଯେ ଜେଲର ବି ଭାଙ୍ଗିବ । ମୋ ଭଳି ଅନ୍ୟ ନେତାମାନେ ମଧ୍ୟ ଜେଲରୁ ମୁକୁଳିବେ ।