ଚମାଖଣ୍ଡି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଯାଞ୍ଚ ୧୦ଟି ବାଇକ ଜବତ


 ଆଗାମୀ ସଧାରଣ ନିର୍ବାଚନ କୁ ଦୃଷ୍ଟି ରଖି, ଏହାକୁ କିପରି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟ କରାଯାଉଛି  । ବିଭିନ୍ନ ଥାନା ଅଂଚଳରେ କଡା କଡ଼ି ଯାଞ୍ଚ କରାଯାଉଛି, ଚମାଖଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ଗୁଡ଼ିକୁ ଯାଞ୍ଚ କାର୍ଯ୍ୟ ଚ।ଲୁ ରହିଛି ।  ରବିବାର ରାତି ରେ ଥାନା ପକ୍ଷରୁ ବିଭିନ୍ନ ସ୍ଥାନ ରେ ଯାଞ୍ଚ କରାଯାଇ ୧୦ ଟି ବାଇକ କୁ ଜବତ କରିଛି ପୋଲିସ । ସେଥି ମଧ୍ୟରୁ ମଦ୍ୟପାନ କରି ଗାଡି ଚଳାଉଥିବା ନେଇ ୬ ଟି ବାଇକ ଜବତ ହୋଇଥିବା ବେଳେ ଗୋଟିଏ ବାଇକରେ ୩ଜଣ ବସିଥିବା ନେଇ ୪ଟି ବାଇକକୁ ଧରିଛି ପୁଲିସ ।