‘ହର ଘର ତି୍ରରଙ୍ଗା’ ଅଭିଯାନ
ସମ୍ବଲପୁର : ସିଆରପିଏଫର ସମ୍ବଲପୁର ଗ୍ରୁପ କେନ୍ଦ୍ର ପକ୍ଷରୁ ‘ହର ଘର ତିରଙ୍ଗା' ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅବସରରେ ଗ୍ରୁପ କେନ୍ଦ୍ର ପରିସରରୁ ଗୌଶାଳା ଏବଂ ଚିପଲିମା ଗ୍ରାମ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ମୋଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା । ଏହାକୁ ସିଆରପିଏଫ ଡ଼ିଆଇଜି ସଞ୍ଜୟ କୁମାର ସିଂହଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଏହି ରାଲିରେ ୧୪୫ରୁ ଅଧିକ ସି ଆରପିଏଫ୍ ଯବାନ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ଦେଶପ୍ରେମ ଭାବନା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱାଧୀନତାର ହର ଘର ତିରଙ୍ଗା ଅଭିଯାନକୁ ପ୍ରୋତ୍ସାହନ ସହିତ ଆଞ୍ଚଳିକ ସମ୍ପ୍ରଦାୟରେ ଏକତା ଏବଂ ପାରସ୍ପରିକ ବୁଝାମଣାକୁ ମଧ୍ୟ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜନ କରାଯାଇଥିଲା ।