‘ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି’

 ସମ୍ବଲପୁର : ପବିତ୍ର ରଥଯାତ୍ରା ଅବସରରେ ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ‘ଦାରୁଦେବତା' ଧନୁପାଲି ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀ ମଠ ପ୍ରାଙ୍ଗଣ ପଡିଆରେ ଆୟୋଜିତ ଭଜନ ସମାରୋହ ଉତ୍ସବରେ ଉନ୍ମୋଚିତ ହୋଇଯାଇଛି । ସଭାର ମୁଖ୍ୟଅତିଥି ତଥା ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ଯୋଗ ଦେଇ ବିଶ୍ୱ କଲ୍ୟାଣ ପାଇଁ ଜଗନ୍ନାଥ ସଂସ୍କୃତିର ବହୁଳ ପ୍ରଚାର ଓ ଆବଶ୍ୟକତା ସମୟରେ ଦାରୁଦେବତା ପ୍ରକାଶନ ଏକ ସଫଳ ପ୍ରୟାସ ବୋଲି କହିଥିଲେ । ଟ୍ରଷ୍ଟ ସଭାପତି ସୌରଭ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ  ଏହି ସଭାରେ ତଥା ଆରଏସଏସ ର ପ୍ରାକ୍ତନ ପ୍ରାନ୍ତ ମୁଖ୍ୟ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ବିପିନ ବିହାରୀ ନନ୍ଦ ଯୋଗ ଦେଇ ଦାରୁଦେବତା ପ୍ରକାଶନକୁ ଭୁୟସୀ ପ୍ରଶଂସା କରି ଏଭଳି ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ପତ୍ରିକାର ସମ୍ପାଦକ ଡା. ରାଜାରାମ ଷଡ଼ଙ୍ଗୀ ସଭା ପରିଚାଳନା ଏବଂ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶେଫାଳି ରାଣୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷାବିତ୍ ରାଜେନ୍ଦ୍ର କୁମାର ପଣ୍ଡା, ସମ୍ବଲପୁର ବିଚାର ମଞ୍ଚ ଆବାହକ ବେଣୁଧର ଦାଶ, ଏସବିଆଇ ଧନୁପାଲି ଶାଖା ପରିଚାଳକ ସୁବ୍ରତ କୁମାର ବାଗ ସମ୍ମାନିତ ଅତିଥି ଯୋଗ ଦେଇଥିବାବେଳେ ଗୋପାଳଜୀ ମନ୍ଦିର ଟ୍ରଷ୍ଟ ସଭାପତି ବିଦେଶୀ ସାନବଡ଼, ଗୁଣ୍ଡିଚା ମନ୍ଦିର କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ, ସଂଯୋଜକ ଅଜୟ କୁମାର ସାହୁ, ଉପଦେଷ୍ଟା ଶରତ ଚନ୍ଦ୍ର ପାଢ଼ୀ, ଚୈତନ୍ୟ ନାୟକ ପ୍ରମୁଖ ଯୋଗ ଦେଇଥିବାବେଳେ ମୁଖ୍ୟ ସଂଯୋଜକ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।