୭ ଜିଲାରେ ପ୍ରବଳ ବର୍ଷା : ଆଲର୍ଟ ଜାରି

ଭୁବନେଶ୍ୱର : ପୁରୀରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ନେଇ ୭ ଜିଲାକୁ ୟେଲୋ ଆଲର୍ଟ ହୋଇଛି। ସେହି ୭ ଜିଲାଗୁଡିକ ହେଉଛି କଟକ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝର। ୧୧ ଯାଏ ସମୟେ ସମୟେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ୧୨ ତାରିଖରୁ ପୁଣି ବର୍ଷା ବଢ଼ିବ । ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ଗଞ୍ଜାମ ଆସିକାରେ ସର୍ବାଧିକ ୯୦ ମି.ମି ବର୍ଷା ରେକର୍ଡ କରାଯାଇଛି।