ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପାକ୍ କ୍ରିକେଟର୍

 ପାକିସ୍ତାନୀ କ୍ରିକେଟର ହୈଦର ଅଲୀ ଇଂଲଣ୍ଡରେ ଗିରଫ । ନିର୍ଯାତନା ଅଭିଯୋଗ ଆସିବା ପରେ ପିସିବି ଦ୍ୱାରା ନିଲମ୍ବିତ ।  ପାକିସ୍ତାନୀ କ୍ରିକେଟର ହୈଦର ଅଲୀଙ୍କୁ ଇଂଲଣ୍ଡରେ ମହିଳା ନିର୍ଯାତନା ଅଭିଯୋଗରେ ଗିରଫ କରାଯାଇଛି । ଏହି ୨୪ ବର୍ଷୀୟ ଖେଳାଳି ପାକିସ୍ତାନ ଟିମ୍‌ର ଇଂଲଣ୍ଡ ଗସ୍ତ ସମୟରେ ବେକେନହାମ ଗ୍ରାଉଣ୍ଡରୁ ଅଗଷ୍ଟ ୩ରେ ଗ୍ରେଟର ମାନଚେଷ୍ଟର ପୁଲିସ ଦ୍ୱାରା ଗିରଫ ହୋଇଥିଲେ ।  ଅଭିଯୋଗ ଅନୁଯାୟୀ ଜୁଲାଇ ୨୩ରେ ମାନଚେଷ୍ଟରରେ ଏକ ସ୍ଥାନରେ ଏହି ଘଟଣା ଘଟିଥିଲା । ହୈଦରଙ୍କୁ ବର୍ତ୍ତମାନ ପାଇଁ ଜାମିନରେ ମୁକ୍ତ କରାଯାଇଛି, କିନ୍ତୁ ତାଙ୍କ ପାସପୋର୍ଟ ଜବତ କରାଯାଇଛି । ସେପଟେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ହୈଦରଙ୍କୁ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ନିଲମ୍ବିତ କରିଛି ଏବଂ ଆଇନଗତ ସହାୟତା ପ୍ରଦାନ କରୁଛି । ପିସିବି ଏକ ବିବୃତିରେ କହିଛି, “ଆମେ ଇଂଲଣ୍ଡର ଆଇନଗତ ପ୍ରକ୍ରିୟାକୁ ସମ୍ମାନ କରୁଛୁ ଏବଂ ତଦନ୍ତ ଶେଷ ହେବା ପରେ ଆମର ନିୟମାନୁସାରେ ଉଚିତ ପଦକ୍ଷେପ ନେବୁ ।” ହୈଦର ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ୨ଟି ଦିନିକିଆ ଓ ୩୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହା ପୂର୍ବରୁ ସେ ୨୦୨୧ ପିଏସଏଲରେ କୋଭିଡ୍-୧୯ ନିୟମ ଉଲ୍ଲଂଘନ କାରଣରୁ ନିଲମ୍ବିତ ହୋଇଥିଲେ ।