ଆଜି ସ୍ନାନଯାତ୍ରା


 ପୁରୀ : ବୁଧବାର ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀରେ ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା  । ଚତୁର୍ଦ୍ଧାମୂର୍ତ୍ତି ରନôବେଦୀରୁ ଓହ୍ଲାଇ ଆସି ବିଜେ କରିବେ ସ୍ନାନମଣ୍ଡପରେ  । ୧୦୮ ଗଡୁ ଅଭିମନ୍ତ୍ରିତ ସୁବାସିତ ଜଳରେ ସ୍ନାନ କରିବା ସହ ଶ୍ରୀବିଗ୍ରହମାନେ ମନୋରମ ହାତୀ ବା ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ  । ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଏବେ ହୋଇ ଉଠିଛି ଉସôବମୁଖର  । ମହାପ୍ରଭୁଙ୍କ ସ୍ନାନ ବିଧି ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି  । ଦାରୁ ଦେବତାମାନଙ୍କ ସ୍ୱାଗତ ଅପେକ୍ଷାରେ ରହିଛି ସ୍ନାନମଣ୍ଡପ ।  ସ୍ନାନଯାତ୍ରା ପାଇଁ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ଶେଷ ହୋଇଛି । ଭକ୍ତମାନେ ସ୍ନାନମଣ୍ଡପ ଉପରକୁ ଯାଇ ଶ୍ରୀଜୀଉମାନଙ୍କ ହାତୀ ବେଶ ଦର୍ଶନ କରିପାରିବେ । ତେବେ କେହି ଠାକୁରମାନଙ୍କୁ ସ୍ପର୍ଶ କରିବେ ନାହିଁ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି  । ଭକ୍ତମାନଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡର ମାର୍କେଟ ଛକ ଠାରୁ ରାଜନଅର ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି  । ଭକ୍ତମାନେ କିପରି ସୁବିଧାରେ ଠାକୁରମାନଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ମୁତୟନ ହୋଇଛନ୍ତି ବହୁସଂଖ୍ୟକ ପୁଲିସ କର୍ମଚାରୀ ଓ ଅଧିକାରୀ । ଯାନବାହନ ଚଳାଚଳ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି  । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି୨ ଦିନ ପାଇଁ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଉଠାଦୋକାନକୁ ବନ୍ଦ ରଖାଯାଇଛି  ।  ସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳବାର ରାତି ୪ଟା ୩୦ମିନିଟ୍ରେ ମଙ୍ଗଳାର୍ପଣ ପରେ ଡ଼ୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ଭୋର ୫ଟାରେ ପହଣ୍ଡି ଆରମ୍ଭ ହୋଇ ସକାଳ ୭ଟା ମଧ୍ୟରେ ଶେଷ ହେବ ।  ସେହିପରି ୧୧ଟା ୧୦ରେ ବେଶ ଶେଷ ହୋଇ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ୪୫ ମିନିଟ୍ ମଧ୍ୟରେ ଜଳ ବିଜେ ପୂଜା ଓ ସ୍ନାନ ବିଧି ସଂପନ୍ନ ହେବ । ୨ଟା ୫୦ରେ ମଇଲମ, ମେକାପ ସର୍ବାଙ୍ଗ ଓ ନୂଆ ଲୁଗା ଲାଗି ବେଶ, ଦିନ ୩ଟା ୩୦ମିନିଟ୍ରେ ଗଜପତି ମହାରାଜା ଛେରା ପହଁରା କରିବେ । ୪ଟା ୩୦ମିନିଟ୍ରେ ହାତୀ ବେଶ କରିବାକୁ ନୀତି ଧାର୍ଯ୍ୟ ହୋଇଛି  ।