କେବେ ଜେରା ହେବେ ରାଜାଙ୍କ ଗଡ଼ଫାଦର

କେବେ ଜେରା ହେବେ ରାଜାଙ୍କ ଗଡ଼ଫାଦର

 କେନ୍ଦୁଝର : ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟ ଯାଇଥିଲେ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର । ହେଲେ ଆଜି ହାଇକୋର୍ଟ ରାଜାଙ୍କ ସମେତ ତାଙ୍କର ୪ ସହଯୋଗୀଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି  । ସେପଟେ ଇଓଡବ୍ଳୁ୍ୟ କଳା ସାମ୍ରାଜ୍ୟର ଗୁମର ଖୋଲିବା ସହ ଅନେକ ତଥ୍ୟ ପ୍ରମାଣ ସଂଗ୍ରହ କରିସାରିଛି  । ଯେକୌଣସି ସମୟରେ ରାଜା ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ସେପଟେ ରାଜାଙ୍କ ଅଡୁଆ ଦିନକୁ ଦିନ ଯେତିକି ବଢୁଛି ବିଜେଡ଼ି ନେତାଙ୍କ ମନରେ ସେତିକି କୋକୁଆ ଭୟ ଖେଳିଯାଇଛି  । ବିଜେଡିର ପାୱାର ଫୁଲ ନେତା ରାଜା ଚକ୍ର ତାଙ୍କ ସରକାର ଥିବା ସମୟରେ ଶହ ଶହ କୋଟିର ଅନୈତିକ ଅର୍ଥ ଉପାର୍ଜନର ଗୁମର ଇଓଡବ୍ଳୁ୍ୟର ଯାଞ୍ଚ ପରେ ଲୋକଲୋଚନକୁ ଆସିବାରେ ଲାଗିଛି । ତାଙ୍କର ଏହି ଅର୍ଥ ଉପାର୍ଜନ ପଛରେ ବିଶେଷ କରି ୨୦୧୯ଠାରୁ ୨୦୨୪ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ କରିଯାଇଥିବା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାହାଯ୍ୟ କରିଥିବା ସନେ୍ଦହ ଲୋକଙ୍କ ଠାରେ ଦୃଢିଭୂତ ହେବାରେ ଲାଗିଛି  ।
ରାଜ୍ୟ ତଥା କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ଗୋଟାଏ ଚର୍ଚ୍ଚା ବିଜେଡି ଯୁବ ରାଜ୍ୟ ଉପସଭାପତି ସୌମ୍ୟ ସଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟର ଭିତିରି କଥା । ଇଓଡବ୍ଳୁ୍ୟର ବାରମ୍ବାର କେନ୍ଦୁଝର, ବଡ଼ବିଲ, ସୁଆକାଟି, କୋଇଡା ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଥିବାବେଳେ ଅନେକ ଗୁପ୍ତ ତଥ୍ୟ ପଦାକୁ ଆସୁଛି । କେନ୍ଦୁଝର ସଦର ବ୍ଲକ ଗୋପାଳ ପୁର ଠାରେ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା  ଆଲିସାନ ଫାର୍ମ ହାଉସ କୌଣସି ରାଜା ମହାରାଜାଙ୍କ ରଙ୍ଗ ଶଳାକୁ ମଧ୍ୟ ବଳିଯିବ ।ଏହି ରଙ୍ଗ ମହଲକୁ ଦେଖି ଇଓଡବ୍ଲୁ ଟିମ ଙ୍କ ମଧ୍ୟ  ଆଖି ଟେରା ହୋଇ ଯାଇଛି । ସେହିପରି ବଡ଼ବିଲ ଅଞ୍ଚଳରେ ସ୍କ୍ରିନିଂ ପ୍ଲାଣ୍ଟ ଓ କୋଟି କୋଟି ଟଙ୍କାର ମିକ୍ସଚର ମେସିନ ପ୍ରଭୃତି ଇଓଡବ୍ଲୁ ହାତରେ ଲାଗିଛି । ଏହା ବ୍ୟତୀତ ଏଠାରେ ସୁଚାଇ ଦିଆଯାଇପାରେ, ସୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଓ ଟ୍ରାନ୍ସପୋର୍ଟିଂ  କୋପରେଟିଭ ସୋସାଇଟିର ଆର୍ଥିକ ଅନିମିୟତା ସମ୍ପର୍କରେ ଅଡିଟ ପାଇଁ  ୨୦୨୧ ମସିହାରେ ତକôାଳୀନ କେନ୍ଦୁଝର ସଦର ବିଧାୟକ ତଥା ବର୍ତ୍ତମାନର ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ ବିଜେଡ଼ି ସରକାରର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିକଟରେ ଦାବି କରିଥିଲେ ତେବେ ସେସମୟର ୨୦୧୭ ରୁ ୨୦୨୧ ମସିହା  ପର୍ଯ୍ୟନ୍ତ ଅଡିଟ କରାଯାଇ ମାତ୍ର ୧୧ ଲକ୍ଷ ୮୨ ହଜାର ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିଲା ବୋଲି ଦର୍ଶାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କରିଥିଲେ ମଧ୍ୟ ସେତେବେଳେ ବିଜେଡି ସରକାର ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା । ତେବେ ବର୍ତ୍ତମାନ ଇଓଡବ୍ଲୁ ଚଢ଼ାଉ ପରେ ଏହି ଲୋଡିଂ ଏଜେନ୍ସିରେ ୨୦୧୭ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୩୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ତେବେ  ଏତେ ଅର୍ଥର ପାର୍ଥକ୍ୟ କିପରି ହେଲା ନା ସେତେବେଳେ ବିଜେଡି ସରକାର ସମୟରେ ଜାଣିଶୁଣି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏକ ଅଡିଟ କରି ସେତେବେଳର  ଏହି ଏଜେନ୍ସି ସଂଗେ ସଂପୃକ୍ତ ରାଜ ନେତା ମାନଙ୍କୁ କ୍ଲିନ ଚିଟ ଦେବା ଉଦେଶ୍ୟ ରଖି ବୋଧେ କରାଯାଇଥିଲା ବୋଲି ସୁଆକାଟିର ରଞ୍ଜିତ ବାରିକ ପ୍ରକାଶ କରିଛନ୍ତି  । ତେବେ ଏଠାରେ ଅନେକ ରାଜାଙ୍କ ସହଯୋଗୀଙ୍କୁ ଇଓଡବ୍ଲୁ ପକ୍ଷରୁ ଜେରା ଚାଲିଥିବା ବେଳେ ରାଜାଙ୍କର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ରାଜାଙ୍କର ଅନେକ ସାଙ୍ଗ ସହଯୋଗୀ ଗିରଫ ଭୟରେ ଫୋନ ବନ୍ଦ କରି ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଥିବା ଜଣାପଡିଛି । ହାଇକୋର୍ଟରୁ ପରବର୍ତ୍ତୀ ନିଦେ୍ର୍ଦଶନାମା ପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ ଥିବା ରାଜା ଓ ତାଙ୍କର ସହଯୋଗୀ ଚାରିଜଣ ଗିରଫ ହେବେ ନାହିଁ ବୋଲି ନିଦେ୍ର୍ଦଶ ଥିବାବେଳେ ତେବେ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ସେମାନେ ଓଡ଼ିଶା ଛାଡି ଯାଇପାରିବେ ନାହିଁ ବୋଲି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।