ଜିଲ୍ଲ୍ଲା ବିଜେଡିର ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷିତ

 କେନ୍ଦୁଝର: କେନ୍ଦୁଝର ଜିଳ୍ଲାର ବିଭିନ୍ନ ବ୍ଲକ ଓ ସହରାଂଚଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି  । ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଏହି ଦଳୀୟ ନେତାମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ, ରାଜ୍ୟ ପଦାଧିକାରୀଙ୍କ ଅନୁମୋଦନ କ୍ରମେ ଏହି ନୂତନ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଘଷିପୁରା ବ୍ଲକ୍ ପାଇଁ  ଆଡଭୋକେଟ ବିଜୟ ଦାସ, ହାଟିଡିହି ବ୍ଲକ ପାଇଁ ସୁରେନ୍ଦ୍ର କୁମାର ଜେନା ସଭାପତି ଘୋଷିତ ହୋଇଥିବାବେଳେ, ଆନନ୍ଦପୁର ବ୍ଲକ ପାଇଁ ରାମଚନ୍ଦ୍ର ପଲେଇ,ଘଟଗାଁ ବ୍ଲକ ଦୋଳଗୋବିନ୍ଦ ବେହେରା, ହରିଚନ୍ଦନପୁର ବ୍ଲକ ପାଇଁ ପାଦାମ୍ବୁଜ ସାହୁ,ପାଟଣା ବ୍ଲକ ପାଇଁ ମାଧବାନନ୍ଦ ପୃଷ୍ଟି.ସାହାରପଡା ବ୍ଲକ ପାଇଁ ଦିଳ୍ଲିପ କୁମାର ସାହୁ, କେନ୍ଦୁଝର ସଦର ବ୍ଲକ ପାଇଁ ଚକ୍ରଧର ସାହୁ, ଝୁମ୍ପୁରା ବ୍ଲକ ପାଇଁ ଡମ୍ବରୁଧର ଦାସ,ବାଂଶପାଳ ବ୍ଲକ ପାଇଁ ଯଦୁମଣି ଠାକୁର,ତେଲକୋଇ ବ୍ଲକ ପାଇଁ  ନାରାୟଣ ନାୟକ.ଯୋଡା ବ୍ଲକ ପାଇଁ ଗୌତମ ବେହେରା ଓ ଚମ୍ପୁଆ ବ୍ଲକ ପାଇଁ ଗଣେଶ କୁମାର ଖିଲାର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ବିଭିନ୍ନ ସହରାଂଚଳ ପାଇଁ ଘୋଷିତ ହୋଇଥିବା ସଭାପତିମାନେ ହେଲେ କେନ୍ଦୁଝର ନଗର ପାଇଁ ପୂର୍ଣ୍ଣଚନ୍ଦ୍ର ସାହୁ, ଆନନ୍ଦପୁର ସହର ପାଇଁ ରମାକାନ୍ତ ବେହେରା, ବଡବିଲ ନଗର ପାଇଁ ସଞ୍ଜୟ ନାୟକ, ଯୋଡା ନଗରର ସଭାପତି ପାଇଁ ଚତୁର୍ଭୁଜ  ପଲେଇ ଓ ଚମ୍ପୁଆ ନଗର ପାଇଁ  ଛତ୍ରପତି  ନାଏକଙ୍କ ନାମ ସଭାପତି ଭାବରେ ଘୋଷଣା କରାଯାଇଛି ବୋଲି ବିଜୁ ଜନତା ଦଳର ଜିଲ୍ଲା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର ଜେନା ପ୍ରକାଶ କରିଛନ୍ତି । ସମସ୍ତ ବ୍ଲକ ଓ ସହର ଶାଖାର ସଭାପତିମାନଙ୍କୁ ଜିଳ୍ଲା ବିଜୁ ଜନତା ଦଳ ସଭାପତି ଆଶିଷ ଚକ୍ରବର୍ତ୍ତୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଏହି ପୁରୁଖା ଓ ଅନୁଭବୀନେତାମାନଙ୍କ ନେତୃତ୍ୱରେ ଦଳ ଅଧିକ ସଂଗଠିତ ହେବ ବୋଲି ଆଶାପ୍ରକଟ କରିଛନ୍ତି  ।