ବିଧାୟକଙ୍କୁ ରାଖି ବାନ୍ଧିଲେ ମହିଳା
ଧର୍ମଶାଳା : ପବିତ୍ର ରାକ୍ଷାବନ୍ଧନ ଅବସରରେ ଧର୍ମଶାଳା ବ୍ଲକ ଜାରକା ଷ୍ଟାଡିୟମ ହଲରେ ଏକ ନିଆରା ଢଙ୍ଗରେ ରାକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରକ୍ଷାବନ୍ଧନ ଅବସରରେ ଜାରକା ଷ୍ଟାଡିୟମରେ ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ମହିଳା ହାତରେ ଚନ୍ଦନ, ଫୁଲ ସହ ରାଖୀ ଧରି ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପାଖରେ ପହଞ୍ଚିଥିଲେ । ଷ୍ଟାଡିୟମ ହଲରେ ଉପସ୍ଥିତ ଥିବା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମଥାରେ ମହିଳାମାନେ ଚନ୍ଦନ ଦେଇ ରାଖୀ ବାନ୍ଧି ତାଙ୍କର ଶୁଭମାନାସୀଥିଲେ । କାର୍ଯ୍ୟକ୍ରମକୁ ଅବସରପ୍ରଳପ୍ତ ଶିକ୍ଷକ ସଦୀପ୍ତ ମହାନ୍ତି, ବିଜେପି ନେତା ଚନ୍ଦ୍ରମଣିି ପଣ୍ଡିତ, ଆଲୋକ ଲେଙ୍କା, ଶରତ ଓଝା, ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ,ଉପେନ୍ଦ୍ର କର, ମୁରଲୀ ପାଣ୍ଡବ, ପ୍ରଦୀପ ପରିଡା, ଦେବଦତ ପଣ୍ଡା, ପ୍ରଶାନ୍ତ ନାୟକ, ନେତ୍ରାନନ୍ଦ ପାତ୍ର, ସ୍ରୀବତ୍ସ ଧିର, ତିର୍ଥରଜ ପଣ୍ଡା, ଅଂଶୁମାନ ପ୍ରିୟଦର୍ଶନ, ଗୌତମ ସାହୁ,ରାକେଶ ରାଉତ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।