ଏସ୍ପିଙ୍କ ଆଓମା ଗୁରୁକୁଳ ପରିଦର୍ଶନ
ମାଲକାନଗିରି: ମାଲକାନଗିରି ର ନୂତନ ଏସପି ବିବେକାନନ୍ଦ ଶର୍ମା ଆଓମା ଗୁରୁକୁଳ ପରିଦର୍ଶନ କରି ଅନ୍ତେବାସୀଙ୍କ ସହିତ ତଳେ ବସି ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ଦେଖି ଖୁସି ପ୍ରକଟ କରିଛନ୍ତି । ଏହା ବ୍ୟତିତ ପୁରୁଣା ବର୍ଷର କିଛି ସ୍ମୃତି ଅନୁଭୁତି ସହିତ ନୂଆବର୍ଷର ନୂଆ ଆଶା ବିଶ୍ୱାସ ଏବଂ ଆକାଂକ୍ଷାର ଖୁସିକୁ ପିଲାଙ୍କୁ ବାଣ୍ଟିଛନ୍ତି । ଆଓମା ଗୁରୁକୂଳ ଆଶ୍ରମରେ ଆଓମା ଗୁରୁକୁଳ ସଭାପତି ରନôାକର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉସôବରେ ଏସ୍ପି ବିବେକାନନ୍ଦ ଶର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିଜେ ପିଲାଙ୍କୁ ଖାଦ୍ୟ ପ୍ରଦାନ କରି ପିଲାଙ୍କ ସହିତ ମିଶି ଖାଇବା ସହିତ ଗୁରୁକୁଳ ଅନ୍ତେବାସୀଙ୍କ ସହ ତଳେ ବସି ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ଦେଖି ଖୁସି ପ୍ରକଟ କରି ପିଲାଙ୍କୁ ନୂଆ ଭବିଷ୍ୟତ ପାଇଁ ପ୍ରେରଣା ଦେଇଥିଲେ । ଗୁରୁକୁଳର ସର୍ବ କନିଷ୍ଟ ଅନାଥ ଛାତ୍ରକୁ ଏସପି କାଖେଇ ଧରି ଅନ୍ୟ ଅନ୍ତେ ବାସୀଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏରିଏଲ୍ ଆକ୍ଟ , ମାର୍ଶାଲ ଆର୍ଟ, ପୋଲ୍ ମଲଖମ୍ବ ଏବଂ ଯୁଡୋ ଆଦି ମନୋରଂଜନ କାର୍ଯ୍ୟକ୍ରମକୁ ଭାବ ବିଭୋର୍ ହୋଈ ଉପଭୋଗ କରିବା ସହିତ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଆଶ୍ରିବାଦ ପ୍ରଦାନ କରିଛନ୍ତି । ଏହିକାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରିଜର୍ୱ ଇନ୍ସପେକ୍ଟର ସତ୍ୟପ୍ରିୟ ବିଶ୍ୱାଳ ଯୋଗ ଦେଇଥିଲେ । ଆଓମା ଗୁରୁକୁଳ ର ମୂଖ୍ୟ ପ୍ରତିଷ୍ଠାତା ବିନାଶ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଦୀପ ଗୌଡ଼ (ହାବିଲଦାର), ଚନ୍ଦ୍ର ଶେଖର ପୂଜାରୀ, ରାମ ମାଡକମି, ନକୁଳ କିର୍ସନୀ, ଲକ୍ଷ୍ମୀ ସୋଡ଼ି, ସରିତା ହରିଜନ ଆଦି ସହଜୋଗ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
