ବିଶ୍ୱ କବିତା ଦିବସ ପାଳିତ
ବ୍ୟାସନଗର: ଶୁକ୍ରବାର ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ କବିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ୱିବେଦୀ ଉଦ୍ଘାଟନ କରିଥିଲେ । ସଂଯୋଜିକା ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟା ଡଃ ପ୍ରଜ୍ଞା ପ୍ରବର୍ତିକା ଦାଶ ସଂଯୋଜନା କରିଥିଲେ । ଉତ୍ସବରେ ଅତିଥି ଭାବେ ପ୍ରାଧ୍ୟାପିକା ଡଃ ଦିପ୍ତିମୟୀ ଦାଶ, ପ୍ରାଧ୍ୟାପକ ଡଃ ଅକ୍ଷୟ କୁମାର ମହାନ୍ତି, ଗୈାରାଙ୍ଗ ଚରଣ ମଲ୍ଲିକ,ଅମୂଲ୍ୟ କୃଷ୍ଣ ପାଢ଼ୀ, ପ୍ରଶାନ୍ତ କୁମାର ସାହୁ, ଅଧ୍ୟାପକ କ୍ୟାପଟେନ ପୂର୍ଣ ଚନ୍ଦ୍ର ସ୍ୱାଇଁ, ବିବେକାନନ୍ଦ ଜେନା, ଅଜୟ କୁମାର ଦାସ, ଡଃ ରଜତ କାନ୍ତ ଦାସ, ଡଃ ଦିଲ୍ଲୀପ କୁମାର ବେହେରା ଅଧ୍ୟାପିକା ପ୍ରମୋଦିନୀ ତରାଇ, ସନ୍ଧ୍ୟାରାଣୀ ଦାସ,ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ସ୍ୱରଚିତ କବିତାମାନ ଆବୃତି କରିଥିଲେ । ବିଶେଷ କରି ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଗୈାରାଙ୍ଗ ଚରଣ ମଲ୍ଲିକଙ୍କ ଦ୍ୱାରା ମହାବିଦ୍ୟାଳୟର ୧୫୦ଜଣ ଶିକ୍ଷକ କର୍ମଚାରୀ ମାନଙ୍କର ନାମକୁ ନେଇ ରଚନା କରାଯାଇଥିବା କବିତାଟି ବେଶ ହାସ୍ୟରୋଳ ସୃଷ୍ଟି କରିଥିଲା । ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ସନାତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।