ଶ୍ରୀ ଜଗନ୍ନାଥ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ 

 ବୁଗୁଡା: ସ୍ଥାନୀୟ ଅରବିନ୍ଦ ନଗର ଦ୍ୱିତୀୟ ଲାଇନରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରୀ ପାରାୟଣ, ଘୃତଯଜ୍ଞ, ପ୍ରବଚନ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ବିଶ୍ୱକଲ୍ୟାଣ ନିମନ୍ତେ ରାଷ୍ଟ୍ରୀୟ ଜଗନ୍ନାଥ ମହିମା ପ୍ରଚାରକ ବରେଣ୍ୟ ପ୍ରବକ୍ତା ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ମୁଖନିସୃତ ଦିବ୍ୟବାଣୀ ଶ୍ରବଣ ପୂର୍ବକ ବହୁ ଶ୍ରଦ୍ଧାଳୁ ଆଶୀର୍ବାଦ ଲାଭ କରୁଛନ୍ତି । ଏହି ପଞ୍ଚଦିବସୀୟ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗତ ରବିବାର ଦିନ ଅଧିବାସ ଓ କଳସ ସ୍ଥାପନ ସାଙ୍ଗକୁ ପ୍ରତ୍ୟେହ ସକାଳେ ପାରାୟଣ, ଅପରାହ୍ନରେ ଘୃତଯଜ୍ଞ, ସନ୍ଧ୍ୟାରେ ପ୍ରବଚନ ଏବଂ ରାତିରେ ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ୩୧ ତାରିଖ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ହେବା ନେଇ ଆବାହକ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ଠାରୁ ପ୍ରକାଶ ପାଇଛି ।