+୨ ପରୀକ୍ଷା ଫଳ; ବ୍ଲକରେ ୧୦୭ଛାତ୍ରଛାତ୍ରୀ ଫେଲ୍
ସାରସକଣା : ଚଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶିତ ହୋଇଥିବାବେଳେ ସାରସକଣା ବ୍ଲକରେ ରହିଥିବା ତିନୋଟି ଯୁକ୍ତ ଦୁଇ କଲେଜର ମୋଟ ୧୦୭ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ଜଣାଯାଇଛି । ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ବିଜ୍ଞାନ ବିଭାଗର ମୋଟ ୨୫୪ ଛାତ୍ରଛାତ୍ରୀ ପରୀକ୍ଷାଦେଇଥିବାବେଳେ ୨୨୨ଜଣ କୃତକାର୍ଯ୍ୟ ହୋଇଛନ୍ତି । ୮୩ ଜଣ ପ୍ରଥମ, ୭୬ଜଣ ଦ୍ୱିତୀୟ ଓ ୬୩ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ୩୨ଜଣ ଫେଲ ହୋଇଛନ୍ତି । ସେହିପରି କଳା ବିଭାଗରେ ମୋଟ ୧୨୧ ଜଣ ପରୀକ୍ଷା ଦେଇଥିବାବେଳେ ୮୮ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ୩୩ ଜଣ ଫେଲ ହୋଇଛନ୍ତି । ୩୬ ଜଣ ପ୍ରଥମ, ୪୧ଜଣ ଦ୍ୱିତୀୟ, ୧୧ଜଣ ତୃତୀୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟପଟେ ବାଣିଜ୍ୟ ବିଭାଗରେ ମୋଟ ୨୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨ଜଣ ପ୍ରଥମ, ୫ଜଣ ଦ୍ୱିତୀୟ, ୧୨ଜଣ ତୃତୀୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଥିବାବେଳେ ମୋଟ ୧୯ଜଣ ପାସ୍ କରିଥିଲେ ହେଁ ୧୦ଜଣ ଫେଲ ହୋଇଥିବା ଜଣାଯାଇଛି । ସେହିପରି କେବଳ ଯୁକ୍ତ ଦୁଇ ପାଠ୍ୟକ୍ରମ ରହିଥିବା ସରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ବିଭାଗରେ ମୋଟ ୨୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୩୩ଜଣ କୃତକାର୍ଯ୍ୟ ହୋଇଛନ୍ତି । ୪୩ଜଣ ପ୍ରଥମ, ୮୫ଜଣ ଦ୍ୱିତୀୟ ଓ ୧୦୫ଜଣ ତୃତୀୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୫ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ଅନ୍ୟପଟେ ବିଜ୍ଞାନ ବିଭାଗର ମୋଟ ୮୧ଜଣ ପରୀକ୍ଷା ଦେଇଥିବା ବେଳେ ୫୪ଜଣ ପାସ୍ କରିଥିବା ବେଳେ ୨୭ଜଣ ଫେଲ ହୋଇଛନ୍ତି । ୧୦ଜଣ ପ୍ରଥମ, ୨୪ଜଣ ଦ୍ୱିତୀୟ ଓ ୨୭ଜଣ ତୃତୀୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସ୍ୱସ୍ତି ରେସିଡେନ୍ସିଆଲ କଲେଜର ବିଜ୍ଞାନ ବିଭାଗରେ ୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୦୦ ପ୍ରତିଶତ ସଫଳତା ପାଇଛି କଲେଜ । ୨୪ଜଣ ପ୍ରଥମ ଓ ୭ଜଣ ଦ୍ୱିତୀୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇ ରେକର୍ଡ କରିଛି କଲେଜ । ତେବେ ବ୍ଲକର ପରୀକ୍ଷାଫଳକୁ ସମୀକ୍ଷା କରିବା ପରେ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ଛାତ୍ରୀ ଶୁଭଶ୍ରୀ ଦୀକ୍ଷିତ ୬୦୦ ରୁ ୫୩୪ ରଖି ବ୍ଲକ ଟପ୍ପର ହୋଇଥିବାବେଳେ ସ୍ୱସ୍ତି ରେସିଡେନ୍ସିଆଲ କଲେଜର ବିଜ୍ଞାନ ଛାତ୍ର ରାଜେନ୍ଦ୍ର ନାଥ ମୁର୍ମୁ ୬୦୦ ରୁ ୫୧୨ ନମ୍ବର ରଖି ବ୍ଲକ ଟପ୍ପର ହୋଇପାରିଛନ୍ତି । ସେହିପରି ସୀମାନ୍ତ ବାଣିଜ୍ୟ ବିଭାଗର କ୍ରିଷ୍ଣକାନ୍ତ ନାୟକ ୪୫୧ ରଖି ଟପ୍ପର ହୋଇଛନ୍ତି । ତେବେ ବ୍ଲକର ୧୦୭ ଛାତ୍ରଛାତ୍ରୀ ଫେଲ ହୋଇଥିବା ଜଣାଯାଇଛି ।