ମୁଣ୍ଡପିଛା ମିଳିବ ଆଉ ୫ କିଲୋ ଅଧିକ ଚାଉଳ

ରାଜ୍ୟ ସରକାରଙ୍କ ପୁଣି ବଡ଼ ଘୋଷଣା । ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡପିଛା ମିଳିବ ଆଉ ୫ କିଲୋ ଅଧିକ ଚାଉଳ । ପ୍ରଥମରୁ ମିଳୁଥିଲା ୫ କିଲୋ ଚାଉଳ । ବର୍ତ୍ତମାନ ୧୦ କିଲୋ ପ୍ରତି ମୁଣ୍ଡପିଛା ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ଏହା ଦ୍ୱାରା ରାସନ କାର୍ଡରେ ଥିବା ପ୍ରାୟ ୩କୋଟି ୨୫ଲକ୍ଷ ହିତାଧିକାରୀ ଲାଭ ପାଇବେ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ନିଷ୍ପତ୍ତି ନେବେ । ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନଥିବାରୁ ଏପରି ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି ।