ରାମାୟଣ ପ୍ରବଚନ

ରାମାୟଣ ପ୍ରବଚନ

ଓଡ଼ିଶାରେ ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କରାଇବାରେ ପୁରୀ ସାନିଛତାମଠର ମହନ୍ତ ଗଙ୍ଗାଦାସଙ୍କ ଭୂମିକା ଉଲ୍ଲେଖନୀୟ  । କୋ÷ଣସି କାରଣ ବଶତଃ ସେ ଅଯୋଧ୍ୟାରେ ରହିଲେ  । ତାଙ୍କ ଶିଷ୍ୟ ରାମରତ୍ନ ଦାସ ପୁରୀରେ ଶ୍ରୀରାମ ଦୟା ପରିଷଦ ଗଠନ କରି ପାରାୟଣ ଓ ପ୍ରବଚନ ଆରମ୍ଭ କଲେ  । ତତ୍ପୂର୍ବରୁ କଟକ ମାରୁତି ମଣ୍ଡପରେ ପାରାୟଣ ଓ ପ୍ରବଚନ ହେଉଥିଲା  । କ୍ରମେ କ୍ରମେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରୀରାମଚରିତ ମାନସ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ ହେଲା  । ପ୍ରାଥମିକ ପର୍ଯ୍ୟାୟରେ ଅଧ୍ୟାପକ ରଙ୍ଗାଧର ଷଡଙ୍ଗୀ, ପଣ୍ଡିତ ରାମକୃଷ୍ଣ ଶାସ୍ତ୍ରୀ,  ବଳରାମକୋଟର ମହନ୍ତ ଡକ୍ଟର ଅଯୋଧ୍ୟା ଦାସ ମହାରାଜ ଓ ଭୁବନେଶ୍ୱର  ଚିତ୍ରକୂଟ ଆଶ୍ରମର ଶ୍ରୀମଦ ହରିଚରଣ ଦାସ ମହାରାଜ ପ୍ରବଚନ ଦେଉଥିଲେ  । ସେତେବେଳେ ତି୍ରମାଳୀ ମଠାଧୀଶ ସଙ୍କର୍ଷଣ ରାମାନୁଜ ଦାସ, ଛାଉଁଣୀମଠର ଅବଧ ବିହାରୀ ଦାସ ଓ ବାଘ ଆଖଡାର ସତ୍ୟ ନାରାୟଣ ନାଗାଜୀ ମହାରାଜ ବ୍ୟାସାସନ ଅଳଙ୍କୃତ କରି ଧାରକମାନଙ୍କ ସହିତ ପୂର୍ବାହ୍ନରେ ଶ୍ରୀରାମ ଚରିତ ମାନସ ପାରାୟଣ କରୁଥିଲେ ଓ ସନ୍ଧ୍ୟାରେ ପ୍ରବଚନ ଅନୁଷ୍ଠିତ ହେଉଥିଲା  । ମୁଁ ପ୍ରଥମେ କଟକ ମାରୁତି ମଣ୍ଡପରୁ ରାମାୟଣ ପ୍ରବଚନ ଦେବା ଆରମ୍ଭ କଲି  । ମୋ ପରେ ମଧ୍ୟ ପଣ୍ଡିତ ବୀରେନ୍ଦ୍ର କୁମାର ଶତପଥୀ, ପଣ୍ଡିତ ଘନଶ୍ୟାମ ମିଶ୍ର, ପଣ୍ଡିତ ଅଚୁ୍ୟତାନନ୍ଦ କର, କାଶୀନାଥ ରାମ, ଶୁକଦେବ ମହାନ୍ତି, ଅଭିମନୁ୍ୟ ବରାଳ, ସରଯୁ ଦାସ ମହାରାଜ, କାର୍ତ୍ତିକ ଦାସ ମହାରାଜ, ଅଭିମନୁ୍ୟ ତି୍ରପାଠୀ ପ୍ରଭୃତି ପ୍ରବଚନ ଦେବା ଆରମ୍ଭ କଲେ  । ଅନୁଷ୍ଠାନ ବୃଦ୍ଧି ହେବା ସହିତ ପ୍ରବକ୍ତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଲା  । ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ଏକଶହରୁ ଅଧିକ ବକ୍ତା ରାମାୟଣ ପ୍ରବଚନ ଦେଲେଣି  । ପ୍ରବକ୍ତାମାନେ ପାଲା ଗାୟକଙ୍କ ସଦୃଶ ସାଥୀରେ ପାଳିଆ, ହରମୋନି, ସୀତାର ଓ ତବଲା ବଜାଇବା ବାଲା ଧରି ପ୍ରବଚନ ଦେଲେଣି  । ମୁଁ ତିନିଚାରି ବର୍ଷ ବିଭିନ୍ନ ଅନୁଷ୍ଠାନରେ ଶ୍ରୀରାମଚରିତ ମାନସ ପ୍ରବଚନ ଦେବା ପରେ ଚିନ୍ତା କଲି ଯେ ଗୋସ୍ୱାମୀ ତୁଳସୀ ଦାସ ଶ୍ରୀରାମଚରିତ ମାନସ ରଚନା କରିବାର ବହୁ ପୂର୍ବରୁ ଭକ୍ତ କବି ବଳରାମ ଦାସ ଓଡ଼ିଆ ଭାଷାରେ ଦାଣ୍ଡି ରାମାୟଣ ବା ଜଗମୋହନ ରାମାୟଣ ରଚନା କରିଥିଲେ, ଅଥଚ ଆମେ ଓଡ଼ିଆମାନେ ଓଡ଼ିଆ ଅସ୍ମିତାକୁ ଭୁଲି ଅବଧି ଭାଷାରେ ରଚିତ ଶ୍ରୀରାମଚରିତ ମାନସର ପ୍ରଚାର ଓ ପ୍ରସାର କରୁଛେଁ  । ବଳରାମ ଦାସଙ୍କ ରଚିତ ଜଗମୋହନ ରାମାୟଣ ଏକ ଜାତୀୟ ମହାକାବ୍ୟ  । ସେ ଏହି ପରମ ଗ୍ରନ୍ଥରେ ଉକ୍ରଳୀୟ ବୈଷ୍ଣବ ଧର୍ମକୁ ଓଡ଼ିଶାର ଜାତୀୟ ଧର୍ମ ଓ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ପ୍ରତିପାଦନ କରିଛନ୍ତି  । ସାରଳା ମହାଭାରତ ଯେପରି ସଂସ୍କୃତ ମହାଭାରତର ଅନୁବାଦ ନୁହେଁ, ସେପରି ଜଗମୋହନ ରାମାୟଣ ସଂସ୍କୃତ ରାମାୟଣର ଅନୁବାଦ ନୁହେଁ  । ଏହି ଗ୍ରନ୍ଥଟି ବଳରାମ ଦାସଙ୍କ ମୋ÷ଳିକ ଓ ସ୍ୱତନ୍ତ୍ର ସୃଷ୍ଟି  । ସେ ଜଗମୋହନ ରାମାୟଣ ରଚନା କ୍ଷେତ୍ରରେ ବାଲ୍ମୀକୀଙ୍କ ରାମାୟଣ,  ବ୍ୟାସଙ୍କ ଆଧ୍ୟାତ୍ମ ରାମାୟଣ ଓ ସାରଳା ଦାସଙ୍କ ମହାଭାରତର ରାମାୟଣ ପ୍ରସଙ୍ଗକୁ ଅନୁସରଣ କରିଥିଲେ ହେଁ ଓଡ଼ିଶାର ଧର୍ମଧାରା, ରାଜନୀତି, ସମାଜନୀତି, ପରମ୍ପରା, ତୀର୍ଥସ୍ଥାନ ପ୍ରଭୃତିକୁ ପ୍ରାଧାନ୍ୟ ଦେଇଛନ୍ତି  । ଏହି ପୁରୋଦୃଷ୍ଟିରେ ଜଗମୋହନ ରାମାୟଣ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟରତ୍ନ  । ସମଗ୍ର ଉତ୍ତର ଭାରତୀୟ ଆଞ୍ଚଳିକ ଭାଷା ସମୂହରେ ରଚିତ ରାମାୟଣ ମଧ୍ୟରେ ବଳରାମଙ୍କ ଜଗମୋହନ ରାମାୟଣ ପ୍ରଥମ ସୃଷ୍ଟି  । ଅବଧି ଭାଷାରେ ରଚିତ ତୁଳସୀ ଦାସଙ୍କ ‘ଶ୍ରୀରାମ ଚରିତ ମାନସ’, ମରାଠୀ ଭାଷାରେ ରଚିତ ‘ଶ୍ରୀଧର ରାମାୟଣ’ ବଙ୍ଗଳା ଭାଷାରେ ରଚିତ ‘କୃତ୍ତିବାସ ରାମାୟଣ’ ବଳରାମଙ୍କ ରାମାୟଣର ପରବର୍ତ୍ତୀ କାଳର ରଚନା  ।
ଭାରତରେ ରଚିତ ଅନ୍ୟାନ୍ୟ ରାମାୟଣରେ ପ୍ରଭୁ ଶ୍ରୀରାମଙ୍କୁ ପରଂବ୍ରହ୍ମ ଭାବରେ ପ୍ରତିପାଦନ କରାଯାଇଥିଲେ ହେଁ ବଳରାମ ଦାସ ସ୍ୱରଚିତ ଜଗମୋହନ ରାମାୟଣରେ ଶ୍ରୀଜଗନ୍ନାଥଙ୍କ ପରଂବ୍ରହ୍ମ ଓ ଶ୍ରୀରାମଙ୍କୁ ତାଙ୍କର ସପ୍ତମ ଅବତାର ଭାବରେ ବର୍ଣ୍ଣନା କରିଛନ୍ତି  । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଏହି ଗ୍ରନ୍ଥ ରଚନା କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି  ।
“ଶ୍ରୀଜଗମୋହନ ଏହି ରାମାୟଣ ଗ୍ରନ୍ଥ, 
ଏଥିରେ କବି ଯେ ନୀଳଗିରି ଜଗନ୍ନାଥ  ।
 ଙ୍ଘ  ଙ୍ଘ  ଙ୍ଘ ଙ୍ଘ  ଙ୍ଘ  ଙ୍ଘ
ତେଣୁ ଜଗନ୍ନାଥ ଦୟା ମୋତେ କଲେ,
ରାମାୟଣ ଗ୍ରନ୍ଥ ସେ ମୁଖେ ବଖାଣିଲେ  ।”
ମୂଳ ରାମାୟଣର ବିଷୟବସ୍ତୁକୁ ଅବଲମ୍ବନ କରି ଶ୍ରୀଜଗନ୍ନାଥଙ୍କ ମହିମା ପ୍ରକଟନ କରିବା ବଳରାମଙ୍କ ଜଗମୋହନ ରାମାୟଣର ବିଶେଷତ୍ୱ  । ପରମବିଷ୍ଣୁଙ୍କର ରାମାବତାର ଚିତ୍ରଟା ଏଥିରେ ମୁଖ୍ୟ ଭାବେ ପରିକଳ୍ପିତ  । ରାମଚରିତ୍ରର ମାନବତ୍ୱ ଅପେକ୍ଷା ଦେବତ୍ୱ ପ୍ରକଟନ ପୂର୍ବକ ଭକ୍ତି ଧର୍ମର ପ୍ରସାର ଘଟାଇବା ବଳରାମଙ୍କ ଲକ୍ଷ୍ୟ ଥିଲା  । ରାମପନ୍ଥୀ ଶୂନ୍ୟବାଦୀ ବଳରାମ ଦାସ ନିଜ ଆଧ୍ୟାତ୍ମିକ ଭାବନା ଓ ବିଶ୍ୱାସକୁ ରାମାୟଣରେ ପ୍ରକଟନ କରି ଅଛନ୍ତି  । ଶ୍ରୀଜଗନ୍ନାଥଙ୍କର ସପ୍ତମ ଅବତାର ଭାବେ ଶ୍ରୀରାମଙ୍କୁ ବଳରାମ ଗ୍ରହଣ କରିଛନ୍ତି  । ବାଲ୍ମିକୀ ରାମାୟଣରେ ଶ୍ରୀରାମ ଶ୍ରୀଜଗନ୍ନାଥଙ୍କର ରାମାବତାର  । ବଳରାମ ଲକ୍ଷେ ପଦରେ ସାତକାଣ୍ଡ ରାମାୟଣକୁ ସଂପୂର୍ଣ୍ଣ କରିଥିବା କଥା ଉଲ୍ଲେଖ କରିଛନ୍ତି  ।
“ଶ୍ରୀଜଗନ୍ନାଥ ରଚିତ ମୁହିଁ କହି
ରାମାୟଣ ସାତକାଣ୍ଡ ଲକ୍ଷେ ପଦ ହୋଇ ।”
ମୂଳ ବାଲ୍ମୀକୀ ରାମାୟଣରେ ବାଳ, ଅଯୋଧ୍ୟା, ଆରଣ୍ୟକ, କିସ୍କିନ୍ଧ୍ୟା, ସୁନ୍ଦରା, ଯୁଦ୍ଧ ଓ ଉତ୍ତରାକାଣ୍ଡ ଥିବା ବେଳେ,  ବଳରାମ ବାଳକାଣ୍ଡକୁ ଆଦିକାଣ୍ଡ ଓ ଯୁଦ୍ଧକାଣ୍ଡକୁ ଲଙ୍କାକାଣ୍ଡ ରୂପେ ନାମିତ କରିଛନ୍ତି  । ମୂଳଗ୍ରନ୍ଥରେ ବାଲ୍ମୀକୀ ଓ ନାରଦ ସମ୍ବାଦରୁ ରାମାୟଣର ବିଷୟବସ୍ତୁ ଆରମ୍ଭ ହୋଇଛି  । କିନ୍ତୁ ବଳରାମଙ୍କ ରାମାୟଣରେ ଶିବଙ୍କ ମୁଖରୁ ରାମାୟଣ ଆରମ୍ଭ ହୋଇଛି  । ଦକ୍ଷଯଜ୍ଞ ଧ୍ୱଂସର କାରଣ ହେତୁ ଶିବଙ୍କ ଶରୀର କ୍ଷୀଣ ହୋଇଯାଇଅଛି  । ତେଣୁ ଶିବ ତାରକ ରାମନାମ ଜପ କରି ପାପରୁ ମୁକ୍ତ ହୋଇଛନ୍ତି  । ଏହାପରେ ଶିବ ରାମଙ୍କ ମହିମା ବର୍ଣ୍ଣନା ନିମିତ୍ତ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ବନ୍ଦନା ଓ ରାମନାମର ମହିମା କୀର୍ତ୍ତନ କରିଛନ୍ତି  । ରାବଣ କାମୋନ୍ମତ୍ତ ହୋଇ ରାଜା କୁଶଧ୍ୱଜଙ୍କ କନ୍ୟା ତପରତା ବେଦମତୀକୁ ବଳାକ୍ରାରରେ ସ୍ପର୍ଶ କରିଛି  । ଫଳସ୍ୱରୂପ ପରଜନ୍ମରେ ବେଦମତୀ ସୀତା ରୂପେ ଅବତୀର୍ଣ୍ଣ ହୋଇ  ‘ସୀତାହରଣ-ରାବଣ ମରଣ’ ଆଖ୍ୟାନଟି ଆରମ୍ଭ ହୋଇଛି  । କବିଙ୍କ ଭାଷାରେ:-
ବୋଇଲା ବିଷ୍ଣୁଙ୍କୁ ମୁଁ ଯେ ବରିଅଛି ମନେ,
ମୋହର ନିମନ୍ତେ ତୋତେ ମାରନ୍ତୁ ଯେ ରଣେ  ।
ଭକ୍ତକବି ବଳରାମ ଦାସ ରାମଚନ୍ଦ୍ରଙ୍କୁ ବିଷ୍ଣୁ ବା ଜଗନ୍ନାଥ, ଲକ୍ଷ୍ମଣଙ୍କୁ ହଳଧର ବା ବଳଭଦ୍ର, ସୀତାଙ୍କୁ ସୁଭଦ୍ରା, ଭରତଙ୍କୁ ସୂର୍ଯ୍ୟ ଓ ଶତୃଘ୍ନଙ୍କୁ ଚନ୍ଦ୍ରସ୍ୱରୂପ ବର୍ଣ୍ଣନା କରିଅଛନ୍ତି  । ରାମ, ଲକ୍ଷ୍ମଣ ଓ ସୀତା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଅବକାଶରେ ତିନିଦେବତାଙ୍କ ସହ ଏମାନଙ୍କ ମିଳନକୁ ଦିବ୍ୟଦୃଷ୍ଟିରେ ଦେଖି ବଳରାମ ବର୍ଣ୍ଣନା କରିଛନ୍ତି:-
“ଦକ୍ଷିଣ ମହୋଦଧିରେ ସ୍ନାହାନ ରାମ କଲେ,
ଦାରୁବ୍ରହ୍ମ ରୂପ ଯାଇଣ ଦେଖିଲେ  ।
ନୀଳଗିରି ସୁନ୍ଦର ଯେ ଅନନ୍ତ ମୂରତି,
ତି୍ରବିଧ୍ୟ ସ୍ୱରୂପ ଯେ ଦେଖିଲେ ସୀତାପତି  ।
ଶ୍ରୀଜଗନ୍ନାଥ ଆଗେ ଶ୍ରୀରାମ ଉଭା ହୋଇ,
ଲକ୍ଷ୍ମଣ ସୁଭଦ୍ରା ଯେ ହୋଇଲେ ଭେଟ ବେନି,
ତିନିଦେବତା ଜାତି ମାନବ ଦେହ ଘେନି  ।
ଶ୍ରୀରାମ ବିଚାରନ୍ତି ମୁଇଁ ସେ ଜଗନ୍ନାଥ, 
ସୀତା ସୁଭଦ୍ରା ଯେ ଅଟଇ ଯଥାର୍ଥ  ।
ଲକ୍ଷ୍ମଣ ବଳଭଦ୍ର ୟେକଇ ଦେହ ବହାନ୍ତି,
ଏ ସନ ବିଚାରି ତହୁଁ ଚଳିଯାନ୍ତି  ।”
ବଳରାମ ଦାସଙ୍କ ଜଗମୋହନ ରାମାୟଣକୁ ଅନୁସରଣ କରି ଗୋସ୍ୱାମୀ ତୁଳସୀ ଦାସ ଶ୍ରୀରାମ ଚରିତ ମାନସ ରଚନା କରିଥିଲେ  । ବଳରାମ ଯେପରି ଦକ୍ଷଯଜ୍ଞ ଧ୍ୱଂସ ଓ ଶିବଙ୍କ ମୁଖରୁ ରାମାୟଣ ଆରମ୍ଭ କରିଛନ୍ତି  । ତୁଳସୀ ଦାସ ମଧ୍ୟ ଦକ୍ଷଯଜ୍ଞ ଧ୍ୱଂସ ଓ ଶିବଙ୍କ ମୁଖରୁ ଶ୍ରୀରାମଚରିତ ମାନସ ଆରମ୍ଭ କରିଛନ୍ତି  । ଏହାର କାରଣ ମଧ୍ୟ ରହିଛି  ।ସନ୍ଥ ତୁଳସୀ ଦାସ କେବଳ ଭକ୍ତ ନଥିଲେ, ଅସାଧାରଣ ପଣ୍ଡିତ ମଧ୍ୟ ଥିଲେ  । ସେ ଶେଷ ସନାତନଜୀଙ୍କ ନିକଟରେ ଦୀର୍ଘକାଳ ଦେବବେଦାନ୍ତ କାବ୍ୟ ଅଳଙ୍କାର, ନ୍ୟାୟ, ସାଂଖ୍ୟା ପ୍ରଭୃତି ଶାସ୍ତ୍ର ପାଠ ପୂର୍ବ ଅସାଧାରଣ ପାଣ୍ଡିତ୍ୟ ଅର୍ଜନ କରିଥିଲେ  ।
ତୁଳସୀ ଦାସ ପ୍ରଥମେ ସରଳ ସଂସ୍କୃତ ଭାଷାରେ ରାମାୟଣ ପୁନଃରଚନା ଆରମ୍ଭ କଲେ  । ସେ ପ୍ରତିଦିନ ଯେଉଁସବୁ ଶ୍ଳୋକ ରଚନା କରନ୍ତି ସେ ସବୁ ରାତିରେ ଅନ୍ତର୍ହିର୍ତ ହୋଇଯାଏ  । ତୁଳସୀ ଦାସ ଏହାର କାରଣ ଜାଣିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଲେ ତଥା ମନସ୍ତାପରେ ଦିନ କଟାଉଥିଲେ  । ଏହି ଅବସରରେ ସେ ପୁରୀ ଶ୍ରୀଜଗନ୍ନାଥ ଦର୍ଶନକୁ ଆସିଲେ  । ସେତେବେଳକୁ ବଳରାମ ଦାସଙ୍କ ଜଗମୋହନ ରାମାୟଣ ଶ୍ରୀମନ୍ଦିର ଜଗମୋହନରେ  ଜଣେ ବାହ୍ମଣ ବୋଲୁଥିଲେ ଏବଂ ଶହ ଶହ ସ୍ରୋତା ଏକାଗ୍ରତାର ସହ ଶୁଣୁଥିଲେ  । ଏପରିକି ଶ୍ରୋତାମାନଙ୍କ ମଧ୍ୟରୁ କାହାକୁ ଛୁରିକାବନ୍ଧ କଲେ ସେ ସ୍ନାନଚୁ୍ୟତ ନହୋଇ ଗ୍ରହଣ କରିବେ  ।  ତୁଳସୀ ଦାସ ତାଙ୍କ ପଣ୍ଡାଙ୍କୁ ଏହି ପୋଥି ଅଯୋଧ୍ୟା ନେବାକୁ ଓ ଅଯୋଧ୍ୟାବାସୀଙ୍କୁ ପଢି ଶୁଣାଇବାକୁ ଅନୁରୋଧ କଲେ  । କିଛିଦିନ ପରେ ଜଗନ୍ନାଥ ପଣ୍ଡା ପୋଥି ଧରି ଅଯୋଧ୍ୟାରେ ପହଞ୍ଚôଲେ  । ତାଙ୍କୁ ଦେଖି ତୁଳସୀ ଦାସ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ ପୂର୍ବକ ରାମାୟଣ ପୋଥି ପଢିବାକୁ ଅନୁରୋଧ କଲେ  । କିନ୍ତୁ ଜଗନ୍ନାଥ ପଣ୍ଡା ଦେଖିଲେ ଯେ ସେ ଭୁଲରେ ରାମାୟଣ ପୋଥି ବଦଳରେ ଭାଗବତ ପୋଥି ନେଇଯାଇଛନ୍ତି  । ପଣ୍ଡାଙ୍କର ଶ୍ରୀଜଗନ୍ନାଥଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରହିଥିଲା  । ପଣ୍ଡା କହିଲେ ‘ସେ ସରଯୁରେ ସ୍ନାନ କଲା ପରେ ପୋଥି ପାଠ କରିବେ  । ସ୍ନାନ ସମୟରେ ପଣ୍ଡା ଶ୍ରୀଜଗନ୍ନାଥଙ୍କୁ ଆକୁଳ ପ୍ରାର୍ଥନା କଲେ  । ସ୍ନାନ ସାରି ଆସିଲା ପରେ ତୁଳସୀ ଦାସ ପଣ୍ଡାକୁ କିଲେ ‘ପଣ୍ଡାଜୀ’ ଆପଣ ସ୍ନାନ କଲାବେଳେ ଦୁଇଜଣ ବ୍ରାହ୍ମଣ ଆସିଥିଲେ  । ସେମାନଙ୍କ ଭିତରୁ ଜଣେ କଳା ଓ ଜଣେ ଗୋରା  । ସେମାନେ ଏହି ପୋଥିଟି ଦେଇ କହିଲେ ପଣ୍ଡା ଆମ ଘର ପାଖ ଲୋକ  । ସେ ଏହି ପୋଥିଟି ଛାଡି ଆସିଥିଲେ  । ତାଙ୍କୁୁ ପୋଥିଟି ଦେଇଦେବ  । ସେହି ପୋଥିଟି ରାମାୟଣ ପୋଥି ଥିଲା  । ପଣ୍ଡା ପୋଥିଟି ପାଇ ଭକ୍ତି ଗଦଗଦ୍ ଚିତ୍ତରେ କହିଲେ, ଧନ୍ୟ ତୁଳସୀ ଦାସ  । ମୁଁ ଆଜୀବନ ସେବା କରି ଯେଉଁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦର୍ଶନ କରିନାହିଁ  । ସେମାନେ ବ୍ରାହ୍ମଣ ବେଶରେ ଆପଣଙ୍କୁ ଦର୍ଶନ ଦେଲେ  । ପ୍ରକୃତରେ ମୁଁ ରାମାୟଣ ପୋଥି ବଦଳରେ ଭାଗବତ ପୋଥି ଆଣିଥିଲି  । ପ୍ରଭୁ କୃପା କରି ରାମାୟଣ ପୋଥି ଆଣି ଦେଲେ  । ପଣ୍ଡାଜୀ ତତ୍ପରେ ବଳରାମ ଦାସଙ୍କ ଜଗମୋହନ ରାମାୟଣ ଅଯୋଧ୍ୟାରେ ପାଠ କଲେ  । ତୁଳସୀ ଦାସଙ୍କ ସମେତ ଅଗଣିତ ଭକ୍ତ ଏକାଗ୍ର ଚିତ୍ତରେ ଶ୍ରବଣ କଲେ  । ଏହି ଘଟଣା ପରେ ତୁଳସୀ ଦାସ ସଂସ୍କୃତରେ ରାମାୟଣ ନଲେଖି ଅବଧି ଭାଷାରେ ଲେଖିଲେ ଏବଂ ବଳରାମ ଦାସଙ୍କ ପଦାଙ୍କ ଅନୁସରଣ କରି ଶିବ ପାର୍ବତୀ ସମ୍ବାଦରୁ ରାମକଥା ଆରମ୍ଭ କଲେ  । ତୁଳସୀ ଦାସ ଏହି ଗ୍ରନ୍ଥର ନାମ ‘ଶ୍ରୀରାମ ଚରିତ ମାନସ’ ରଖିଲେ ଏବଂ ଏହା ପ୍ରଭୁଙ୍କର ଆଦେଶ ବୋଲି ମଣିଲେ  ।
ମୁଁ ଶ୍ରୀରାମ ଚରିତ ମାନସ ସହିତ ଜଗମୋହନ ରାମାୟଣର ପଦ ସଂଯୋଜିତ କରି ପ୍ରବଚନ ଦେଲି ଏବଂ ତାହା ଶ୍ରୋତାଙ୍କ ଦ୍ୱାରା ଆଦୃତି ଲାଭ କଲା  । ମଝିରେ ମଝିରେ ମଧ୍ୟ ବୈଦେହୀଶ ବିଳାସ, ବିଚିତ୍ର ରାମାୟଣ, ଅନଙ୍ଗ ରାମାୟଣ, ବୈଶ୍ୟ ରାମାୟଣ ପ୍ରଭୃତିରୁ ଉଦାହରଣ ଦେଉଥାଏ  । ମୋର ନୂତନ ପ୍ରବଚନ ଶୈଳୀ ଶ୍ରୋତାଙ୍କ ହୃଦୟକୁ ସ୍ପର୍ଶ କଲା  । ବଳରାମ ଦାସଙ୍କ ଜଗମୋହନ ରାମାୟଣର ଉଚ୍ଚକୋଟୀର ବର୍ଣ୍ଣନା ପରିପାଟୀ ଶ୍ରୋତାଙ୍କ ଆଦୃତି ଲାଭ କଲା  । ମୁଁ ନୂତନ ଶୈଳୀରେ ଯେଉଁ ପ୍ରବଚନ ଦେଲି ସେଥିରେ ଶ୍ରୀଜଗନ୍ନାଥଙ୍କ ମହିମା ସହିତ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଚରିତ ପରିବେଷଣ କରିବାକୁ ଶ୍ରୋତାଗଣ ପରମାନନ୍ଦ ଲାଭ କଲେ  । ପ୍ରବଚନରେ ମୁଁ ଉପସ୍ଥାପନା କଲି ଯେ ଭକ୍ତକବି ବଳରାମ ଦାସ ସ୍ୱରଚିତ ଜଗମୋହନ ରାମାୟଣରେ  ଶ୍ରୀଜଗନ୍ନାଥଙ୍କ ପରଂବ୍ରହ୍ମ ଓ ଶ୍ରୀରାମଚନ୍ଦ୍ରଙ୍କୁ ଗୁଣାବତାର ଭାବରେ ବର୍ଣ୍ଣନା କରିଛନ୍ତି  । ସେ ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ବନ୍ଦନା କରିବା ପରେ ରାମନାମର ମହିମା ପ୍ରଖ୍ୟାପନ କରିଛନ୍ତି  । ଗୁରୁତ୍ୱର କଥା ହେଉଛି, ବଳରାମ ଦାସ ସ୍ୱରଚିତ ରାମାୟଣରେ ଓଡ଼ିଶାର ରାଜନୈତିକ ଚିତ୍ର ପ୍ରଦାନ କରି ଗଜପତି ପ୍ରତାପ ରୁଦ୍ର ଦେବଙ୍କ ଯୁଦ୍ଧ ଯାତ୍ରା, ସନ୍ଧି ସୂତ୍ରରେ ଆବଦ୍ଧ ହୋଇ ନିଜର କନ୍ୟା ଜଗନମୋହିନୀଙ୍କର ରାଜା କୃଷ୍ଣଦେବ ରାୟଙ୍କ ସହ ବିବାହ, ବୀରସନ୍ତାନ ବୀରଭଦ୍ରଙ୍କ ମୃତୁ୍ୟ ଓ କନ୍ୟା ଅତ୍ୟାଚାରିତା ହେବା ଦୁଃଖରେ ଅସ୍ତ୍ର ତ୍ୟାଗ କରିଥିଲେ  । ଏହି ପ୍ରସଙ୍ଗ ଭିନ୍ନ ଭାବରେ ରାଜା ପ୍ରତାପଭାନୁ ଚରିତ ବର୍ଣ୍ଣନାରେ ତୁଳସୀଙ୍କ ଶ୍ରୀରାମ ଚରିତ ମାନସରେ ଚିତ୍ରିତ  । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ତୁଳସୀ ଦାସ ଶ୍ରୀରାମ ଚରିତ ମାନସ ରଚନାରେ ବଳରାମ ଦାସଙ୍କ ଜଗମୋହନ ରାମାୟଣକୁ ଅନୁସରଣ କରିଛନ୍ତି  ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ,୮୮୯୫୨୩୦୭୨୨