ହୁଲମାହାଁ ଦିବସ ପାଳିତ
ବେତନଟୀ : ବେତନଟୀ ବ୍ଲକ ଅନ୍ତର୍ଗତ ସାରିଆ ଗ୍ରାମରେ ସାର୍ନା ଗାଦେଲ ସେମଲେଦ ଓ ସାରାୱନା ସଂଗୀତ ଏକାଡେମୀ ପକ୍ଷରୁ ସାରିଆ ଗ୍ରାମ ମାଝୀବାବା ରାମଦୟାଲ ମାଣ୍ଡିଙ୍କ ସଭାପତିତ୍ୱରେ ହୁଲମାହାଁ ଦିବସ ପାଳିତ ହୋଇଯାଇଛି । ଏଥିରେ ଆଦିବାସୀ ନରନାରୀ ତଥା ସାରୱାନା ସଂଗୀତ ଏକାଡେମୀରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସଭାପତି ଶ୍ରୀ ମାଣ୍ଡି ବକ୍ତବ୍ୟରେ ଭାରତର ମହାନ ଯୋଦ୍ଧା ସ୍ୱାଧୀନତା ସଂଗ୍ରାମୀ ସିଧୁ ମୁର୍ମୁ, କାହ୍ନୁ ମୁର୍ମୁ, ଚାନ୍ଦ, ଭାଇରୋ, ଫୁଲ, ଝାନ ମୁର୍ମୁ ତଥା ଅନ୍ୟମାନେ ୧୮୫୫ ମସିହାରେ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ ଏବଂ ମା'ମାଟିକୁ ରକ୍ଷା ପାଇଁ ନିଜେ ସହିଦ ହୋଇଯାଇଥିଲେ କିନ୍ତୁ ଇଂରେଜ ଆଗରେ ହାର ମାନିନଥିଲେ । ତେଣୁ ତାଙ୍କ ସ୍ମରଣ ଉଦେ୍ଦଶ୍ୟରେ ହୁଲ ମାହାଁ ଦିବସ ଭାବେ ପାଳନ କରାଯାଏ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ସୂର୍ଯ୍ୟାନନ୍ଦ ସୋରେନ, ଅଲିଚିକ ଶିକ୍ଷକ ହିକିମ କିସ୍କୁ, ୱାର୍ଡ ମେମ୍ବର ବାସ୍ମୀ ମାଣ୍ଡିି, ଶିକ୍ଷୟିତ୍ରୀ ବାଙ୍କୀ ସୋରେନ, ମାଲହ ମୁର୍ମୁ, ରାଣୀବତୀ ବେଶ୍ରା ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଅନନ୍ତ ବେଶ୍ରା ଧନ୍ୟବାଦ ପ୍ରଦାନ କରି ସଭାସାଙ୍ଗ କରିଥିଲେ ।