ବଡ଼ ଖବର: ପୁଣି ରାସନକାର୍ଡରେ ମିଳିବ ଗହମ

ଭୁବନେଶ୍ୱର: ରାସନକାର୍ଡଧାରୀଙ୍କ ପାଇଁ ଖୁସି ଖବର । ରାସନକାର୍ଡରେ ଚାଉଳ ସହ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି । ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ଦାବି କରାଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ । ତେବେ ଏବେ ପୁଣି ଥରେ ପୂର୍ବଭଳି ଚାଉଳ ସହ ଗହମ ଲୋକଙ୍କୁ ଯୋଗାଇ ଦିଆଯିବ ।