ରଥଚକା ତଳେ ଚାପି ହୋଇଗଲେ, ୫ ଗୁରୁତର
ratha accident

ଭୁବନେଶ୍ୱର : ବିନିକା କଂସାରୀ ପଡ଼ା ବାହୁଡ଼ାଯାତ୍ରାରେ ଆଜି ବଡ଼ ଅଘଟଣ ଘଟିଛି । ରଥ ଚକା ତଳେ ଚାପି ହୋଇଯିବାରୁ ୫ ଭକ୍ତ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ନାବାଳକ ଅଛନ୍ତି । ଗୁରୁତର ଆହତଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଅପରପକ୍ଷରେ ପୁରୀରେ ସୁନାବେଶ ପାଇଁ ପ୍ରବଳ ଜନସମାଗମ ହୋଇଛି । ରଥ ଉପରେ ବର୍ଷକୁ ଥରେ ମହାପ୍ରଭୁ ସୁନାବେଶ ହୋଇଥା’ନ୍ତି । ଆଜି ପ୍ରାୟ ୨୦ ଲକ୍ଷ ଲୋକଙ୍କ ଜନସମାଗମ ହେବବୋଲି ଅନୁମାନ କରାଯାଉଛି ।