ରଥ ଖଳାରେ ଚାଲିଛି ରଥ ମରାମତି କାର୍ଯ୍ୟ 


 ଆନନ୍ଦପୁର: ରଥଯାତ୍ରାକୁ ଆଉ ରହିଲା ମାତ୍ର ୧୩ ଦିନ । ଆସନ୍ତା ୭ ତାରିଖରେ ମହା ପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଅନୁଷ୍ଠିତ ହେବ । ମହା ପ୍ରଭୁ ରନôବେଦୀ ଛାଡି ନିଜ ଜନ୍ମବେଦୀକୁ ୯ ଦିନ ପାଇଁ ବିଜେ କରିବେ । ଏଥି ପାଇଁ ନନ୍ଦÿିଘୋଷ ରଥ ମରାମତି କାର୍ଯ୍ୟ  ଆଗେଇ ଚାଲିଛି । ମୁଖ୍ୟ ମହାରଣା ମହେନ୍ଦ୍ର ସାମଲଙ୍କ ତତ୍ୱାବଧାନରେ ରଥଯାତ୍ରା ପୂବରୁ ମରାମତି କାର୍ଯ୍ୟ ଶେଷ ହେବ । ବର୍ତ୍ତମାନ ସୁଦ୍ଧା ଚକ କାର୍ଯ୍ୟ, ପଟ୍ଟା ବରାନ୍ଧ, ଓହଳା, ପୋଟଳ କାର୍ଯ୍ୟ ସରିଥିବା ବେଳେ ଭୂଇଁ ପଟ୍ଟା, ଗମ୍ଭାର ପଟ୍ଟା, ଦୁଆର ବେଢା କାର୍ଯ୍ୟ ବାକିଥିବା ମୁଖ୍ୟ ମହାରଣା ମହେନ୍ଦ୍ର ସାମଲ ସୂଚନା ପ୍ରଦାନ କରିଛନ୍ତି । ସେହିପରି ନୁରସିଂହ ସାମଲ, ଅନନ୍ତ ଦାସ, ଉପେନ୍ଦ୍ର ନାଇକ ଏବଂ କେଶବ ପାତ୍ର ପ୍ରମୁଖ ସହାୟକ ମହାରଣା ରଥ ମରାମତି କାର୍ଯ୍ୟ ରେ ମୁଖ୍ୟ ମହାରଣାକୁ ସହଯୋଗ କରୁଛନ୍ତି ।