ମୂଳ ଖରସ୍ରୋତା ପୁନରୁଦ୍ଧାର ପ୍ରତିଶ୍ରୁତି ଦେଲେ ବିଧାୟକ ଆକାଶ


 ରସୁଲପୁର,: ମୂଳ ଖରସ୍ରୋତା ପୁନରୁଦ୍ଧାର ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି କୋରେଇ ବିଧାୟକ ଆକାଶ ଦାସନାୟକ । ଗତକାଲି ଗୋପାଳପୁର ଡାକ ବଙ୍ଗଳା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସନାୟକ  ୨୦୧୪-୧୯ ଯାଏ ସେ ବିଧାୟକ ଥିବାବେଳେ ଏଦିଗରେ କିପରି ଆନ୍ତରିକ ଉଦ୍ୟମ କରିଥିଲେ ତାହା ଅବଗତ କରିଥିଲେ । କୋରେଇବାସୀ ତାଙ୍କୁ ଆଉ ଥରେ ସୁଯୋଗ ଦେଇଥିବାରୁ  ଅଞ୍ଚଳବାସୀଙ୍କ ଏହି ମୌଳିକ ସମସ୍ୟାର ସମାଧାନ ଦିଗରେ ସେ ସମସ୍ତ ଉଦ୍ୟମ କରିବେ । ପଡ଼ୋଶୀ ଧର୍ମଶାଳା ବିଧାୟକ ସୁଧାଂଶୁ ଶେଖର ସାହୁଙ୍କ ସହ ମଧ୍ୟ ସେ ଆଲୋଚେନା କରିଥିବା କହିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ନେଇ ଯିବାକୁ ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଥାଉକି୧୯୯୨ମସିହାରେ ନଦୀବନ୍ଧ ଯୋଜନା ଆଳରେ ସରକାର ଏ ଅଞ୍ଚଳର ଜନସ୍ୱାର୍ଥକୁ ଅଣଦେଖା କରି ବହୁ ବର୍ଷର ନଦୀ ଧାରାକୁ ସବୁଦିନ ପାଇଁ ବନ୍ଦ କରିଦେଲେ । ଯାହା ଫଳରେ ଏହି ନଦୀ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ୯ ପଞ୍ଚାୟତର କୃଷକ, ମସô୍ୟଜୀବୀ ମାନଙ୍କର ମେରୁଦଣ୍ଡ ଦୋହଲି ଯାଇଛି । ଏହାକୁ ପୁନର୍ବାର ଚିରସ୍ରୋତା ଉଦେ୍ଦଶ୍ୟରେ ୨୦୦୯ ମସିହାରେ ନଦୀ କୁଳିଆ ୯ ପଞ୍ଚାୟତ ତଥା ପଡୋଶୀ ପଞ୍ଚାୟତର କିଛି ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ପରିବେଶବିତ୍ ଏବଂ ସଂଗ୍ରାମୀ ବ୍ୟକ୍ତି ବିଶେଷ ଖରସ୍ରୋତା ପୁନରୁଦ୍ଧାର ସମିତି ମାଧ୍ୟମରେ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଛନ୍ତି । ପ୍ରସ୍ତାବ ଥିଲା ମୁଳ ଖରସ୍ରୋତା ଟିକରପଡା ଠାରେ ଏକ ସୁଇସ୍ ଗେଟ୍ ନିର୍ମାଣ ହେବ ଯୋଉଥିରେ ୭ କୋଟି ଟଙ୍କା ବ୍ୟୟବରାଦ ହେବ । ଏହାକୁ ଏକ ଏଷ୍ଟିମେଟ୍ କମିଟି ମାଧ୍ୟମରେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଓ ଉଚ୍ଚ ସ୍ତରୀୟ କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିଦେ୍ର୍ଦଶ ଥିଲା । ଶାସକ ଦଳର ବିଧାୟକ, ମନ୍ତ୍ରୀ ବିଭାଗୀୟ ଉଚ୍ଚ କ୍ଷମତା ସମ୍ପନ୍ନ ଅଧିକାରୀଙ୍କ ଠାରୁ ବିଭାଗୀୟ ସଚିବ ପର୍ଯ୍ୟନ୍ତ ଏ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲେ ବି ପ୍ରସ୍ତାବିତ ଫାଇଲ୍ ଆଗକୁ ନଯାଇ ପାରି କେଉଁଠି ଅଟକି ଯିବା ପରି ମନେହୁଏ । 
ନଚେତ୍ ଚଳିତ ଦଶନ୍ଧି ମଧ୍ୟରେ ମୁଳ ଖରସ୍ରୋତା ନଦୀ ଉପରେ କୋଟି କୋଟି ଟଙ୍କା ବ୍ୟୟରେ ୯ଟାରୁ ଅଧିକ ପୋଲ ନିର୍ମାଣ ହୋଇ ସାରିଥିବା ବେଳେ ସାମାନ୍ୟ ସୁଇସ୍ ଗେଟ୍ ବର୍ଷ ବର୍ଷ ଧରି ଆଗେଇ ପାରୁନାହିଁ । କାର୍ଯ୍ୟକ୍ରମରେ ଖରସ୍ରୋତା ପୁନରୁଦ୍ଧାର ସମିତିର ସଭାପତି ବେଣୁଧର ଦୋବାଇ, ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଜିତେନ୍ଦ୍ର କୁମାର କର, ବର୍ଷୀୟାନ୍ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।