ଝିଅ ଜନ୍ମ ଦେବାରୁ ନିର୍ଯାତନା ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା
ପାଣିକୋଇଲି: ଝିଅ ଜନ୍ମ ଦେଲେ ବୋଲି ସହିବାକୁ ପଡ଼ୁଛି ନିର୍ଯ୍ୟାତନା । ନିର୍ଯ୍ୟାତନା ଅସହ୍ୟ ହେବା ପରେ ଜନୈକା ପିଡ଼ିତା ମହିଳା ବାଲିଚନ୍ଦ୍ରପୁର ଥାନାର ଦ୍ୱାରସ୍ତ ହୋଇଥିଲେ । ହେଲେ ପୁଲିସ ତାଙ୍କୁ ନ୍ୟାୟ ଦେବାରେ ଟାଳଟୁଳ ନିତି ଅବଲମ୍ବନ କରୁଥିବାରୁ ମହିଳା ଫରିଦା ବେଗମ ଏସପିଙ୍କ ଦ୍ୱାରସ୍ତ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଫତିମାଙ୍କ ଅଭିଯୋଗ ମୁତାବକ ସେ ପତରାଜପୁର ଗ୍ରାମର ହାକିମ ଖାଁ ପୁଅ ହନିଫାଙ୍କୁ ୨୦୧୯ମସିହା ଫେବ୍ରୁଆରି ୨୪ ତାରିଖରେ ମୁସଲିମ ରିତୀନିତୀ ଅନୁଯାୟୀ ବିବାହ କରିଥିଲେ । ବିବାହ ୬ମାସ ପରେ ସେ ଅନ୍ତସତ୍ତ୍ୱା ହୋଇଥିଲେ । ଏହା ଜାଣିବା ପରେ ପରିବାର ପକ୍ଷରୁ ତାଙ୍କୁ ପିଲା ଜନ୍ମ କରିବା ପର୍ଯ୍ୟନ୍ତ ବାପଘରେ ଛାଡିଥିଲେ । ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବାର କିଛିଦିନ ପରେ ସେ ଶାଶୁ ଘରକୁ ଫେରିଥିଲେ । ସେଠାରେ ଝିଅ ଜନ୍ମ କରିଥିବାରୁ ତାଙ୍କୁ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା । ଶଶୁର, ଶାଶୁ, ନଣନ୍ଦ, ନଣନେ୍ଦଇ ପ୍ରମୁଖ ମିଳିତ ଭାବେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଏନେଇ ବିଭିନ୍ନ ସମୟରେ ଭଦ୍ର ବ୍ୟକ୍ତିଙ୍କ ମାଧ୍ୟମରେ ଆଲୋଚନା କରାଯାଇଥିଲା । ମାତ୍ର ପରବର୍ତ୍ତୀ ଅବସ୍ଥାରେ ପୁଣି ଘଟଣାର ପୁନରାବୃତି ହୋଇଥିଲା । ବାରମ୍ବାର ମାଡଗାଳି ଦେବା ସହ ଝିଅ ସହ ଫରିଦାକୁ ମାରିଦେବାର ଯୋଜନା କରାଯାଉଥିଲା ।
ଫରିଦାର ଭାଇ ପହଞ୍ଚିବାରୁ ଉଭୟଙ୍କୁ ମାଡ ମାରି ଘରେ ପୁରାଇ ଚାବି ପକାଇ ଦେଇଥିଲେ । ସେମାନେ ଜୀବନରକ୍ଷା ପାଇଁ ପୁଲିସକୁ ଫୋନ କରିବାରୁ ବାଲିଚନ୍ଦ୍ରପୁର ପୁଲିସ ଉଭୟଙ୍କୁ ଉଦ୍ଧାର କରି ତା ବାପ ଘରକୁ ପଠାଇଥିଲା । ହେଲେ ବାରମ୍ବାର ଥାନାକୁ ଦୌଡିଥିଲେ ମଧ୍ୟ ଥାନାରୁ କୌଣସି ନ୍ୟାୟ ନପାଇ ଫେରିଥିଲା । ନ୍ୟାୟରୁ ବଂଚିତ ଫରିଦା ଏସପିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ ।