ସିଆଇଟିୟୁର ପ୍ରତିଷ୍ଠା ଦିବସ
ବ୍ୟାସନଗର : ପୌରାଞ୍ଚଳରେ ସିଆଇଟିୟୁର ୫୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଯାଜପୁର ଜିଲା କମିଟି ସହ ସଂଶ୍ଳିଷ୍ଟ ନିର୍ମାଣ ଶ୍ରମିକ ସଂଘ, ବ୍ୟାସନଗର ସଫେଇ ସଂଘ, ପାଚିକା ସଂଘ, ଓଡ଼ିଶା ରେଲୱେ ହକର ସଂଘ ପ୍ରଭୃତି ସଂଗଠନ ପ୍ରତିଷ୍ଠା ଦିବସରେ ସାମିଲଥିଲେ । ମିଳିତ ଶୋଭାଯାତ୍ରା ବଜାର ପରିକ୍ରମା କରି ନେତାଜୀ ନଗର, ଡୋଲିପୁର କାର୍ଯ୍ୟାଳୟ ସମ୍ମୁଖରେ ପହଁଚିବାପରେ ସିଆଇଟିୟୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଦିଲ୍ଲୀପ ଦାସ, ସନ୍ତୋଷ ବରାଳ, ତ୍ରିଲୋଚନ ରାଉତ, ପନୀ କିସ୍କୁ, ଲାଲ୍ ମଣି ମୁଣ୍ଡା, ବିଜୟାଲକ୍ଷ୍ମୀ ମହାନ୍ତି, ମାଳତୀ ହାଂସଦା, ସମୀର ମୁଖୀ, ଭାଗବତ ମୁଖୀ, କୁନି ପୂର୍ତୀ ପ୍ରମୁଖ ବକ୍ତବ୍ୟ ରଖଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଶ୍ରମିକ ଶ୍ରେଣୀର ଲାଲ୍ ପତାକା ଉତ୍ତୋଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମନ୍ମଥ ରାୟ, ଦୀପକ ମୁଖୀ, ସଦାନନ୍ଦ ମୁଖୀ, ମାନୀ ପାଳିଆ, ନୀତାଶା ଟିୟୁ, ସନ୍ତୋଷ ପୃଷ୍ଟି, ପ୍ରଦିପ ମହାନ୍ତି, ଡ଼ଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।