ଫଳକ ଭଙ୍ଗାକୁ ନେଇ ଉତ୍ତେଜନା


ାା ପ୍ରଭାନୁ୍ୟଜାା  ଆନନ୍ଦପୁର : ଘସିପୁରା ବ୍ଳକ ଅନ୍ତର୍ଗତ ଖଲଣା ପଞ୍ଚାୟତରେ ପଞ୍ଚାୟତ ପାଣ୍ଠିରେ ନିର୍ମିତ ହେଉଥିବା ଏକ କାର୍ଯ୍ୟର ସୂଚନା ଫଳକକୁ ଭାଙ୍ଗିବାକୁ ନେଇ ସରପଞ୍ଚଙ୍କ ସମର୍ଥକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ପଞ୍ଚାୟତ ପାଣ୍ଠିରୁ ଏକ ରାସ୍ତାର ଉନ୍ନତି କରଣ କାର୍ଯ୍ୟ ଏବଂ ଖଲଣା ଗ୍ରାମର ମଙ୍ଗଳା ସାହିଠାରୁ ନେଉଳା ପୋଖରୀ ପର୍ଯ୍ୟନ୍ତ କାର୍ଯ୍ୟ ହେଉଥିଲା । ତେବେ କିଛି ଦୁର୍ବୁତ ସୂଚନା ଫଳକଟି ଭାଙ୍ଗି ଦେଇଥିବାରୁ ସରପଞ୍ଚ ସମର୍ଥକଙ୍କ ମଧ୍ୟରେ ଚପା ଉତେଜନା ଦେଖାଦେଇଛି । ତେବେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସ୍ଥାନୀୟ ସରପଞ୍ଚ ଜ୍ୟୋସ୍ନାରାଣୀ ନାୟକ । ବିରୋଧୀ ଗୋଷ୍ଠି ତାଙ୍କ ପ୍ରତେକ କାର୍ଯ୍ୟରେ ଉଦେଶ୍ୟ ମୂଳକ ଭାବେ ହଇରାଣ କରୁଥିବା ଅଭିଯୋଗ କରିଥିବା ବେଳେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଅଗ୍ରଗତି ହୋଇ ପାରୁନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।