ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ ପ୍ରସ୍ତୁତି
ଯାଜପୁର ଟାଉନ : ଶୁକ୍ରବାର ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, ଉପ ସଭାପତି, ଜିଲା ପରିଷଦ ଗଣେଶ୍ୱର ବରାଳ, ଅତିରିକ୍ତ ଜିଲାପାଳ (ପ୍ରଶାସନ)ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଶିବାନନ୍ଦ ସ୍ୱାଇଁ, ନିର୍ବାହୀ ଅଧିକାରୀ, ପୌରପରିଷଦ ଲକ୍ଷ୍ମୀଧର ରାଉତ ଏବଂ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଓଡ଼ିଶା ଦିବସକୁ ଓଡ଼ିଶାର ଗର୍ବ ଓ ଗୌରବ ଭାବେ ପାଳନ କରିବା ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ବୈଠକରେ ନିଷ୍ପତି କ୍ରମେ ଓଡ଼ିଶା ଦିବସ ଦିନ ପ୍ରତୁ୍ୟଷରୁ ସହରରେ ଉକ୍ରଳ ବନ୍ଦନା ଗାନ ଡାକବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯିବ । ସକାଳେ ଯାଜପୁର ପୌରାଞ୍ଚଳ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉକôଳର ବରପୁତ୍ର ମାନଙ୍କ ଜୟଗାନ ପୂର୍ବକ ପ୍ରଭାତ ଫେରୀରେ ନିଜ ନିଜ ଅଞ୍ଚଳରେ ପରିକ୍ରମା କରିବେ । ସେହିପରି ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀ, ସଂସ୍କୃତି ଭବନ ଓ ଜିଲା ସ୍କୁଲ୍ ପରିସରରେ ଥିବା ଉକôଳର ବରପୁତ୍ର, ଜାତୀୟ ବରପୁତ୍ର ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଘ.୭.୩୦ମିନିଟ ସମୟରେ ମାଲ୍ୟାର୍ପଣ କରାଯିବ । ପରେ ଜେଲ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ, ଉକ୍ରଳ ବାଳାଶ୍ରମ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ । ଜିଲା କାର୍ଯ୍ୟାଳୟ, ଗୌତମ ବୁଦ୍ଧ ସଂସ୍କୃତି ଭବନ, ଜିଲା ପରିଷଦ କାର୍ଯ୍ୟାଳୟ, ପୌର ପରିଷଦ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟ, ଜିଲା ଉପ କାରାଗାର, ଜିଲାସ୍କୁଲ୍, ଉକ୍ରଳ ବାଳାଶ୍ରମ, ମୁଖ୍ୟ ଡାକ କାର୍ଯ୍ୟାଳୟ ଷ୍ଟେଟ ବ୍ୟାଙ୍କ ଆଦି ସଦର ମହକୁମାରେ ଥିବା ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ନିଜସ୍ୱ ଖର୍ଚ୍ଚରେ ଆଲୋକ ମାଳାରେ ସୁସଜ୍ଜିତ କରିବେ । ଜିଲାର ୫ଜଣ ଅଗ୍ରଣୀ କୃଷକଙ୍କୁ ଜଗନ୍ନାଥ ମଲ୍ଲିକ କୃଷକ ସମ୍ମାନରେ ସମ୍ମାନିତ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ପ୍ରାଥମିକ, ମଧ୍ୟ ଇଂରାଜୀ ଏବଂ ଉଚ୍ଚÿ ବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା, ସଙ୍ଗୀତ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀରଞ୍ଜନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିମନ୍ତେ ବିବରଣୀ ପାଠ କରିବା ସହ ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସକୁ ଏକତ୍ରିତ ହୋଇ ପାଳନ କରିବା ନିମନ୍ତେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।