ରତ୍ନଭଣ୍ତାର ମରାମତି କାମ ଆଜି ବନ୍ଦ ରହିବ

ଆଜି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ମହାପ୍ରଭୁ ଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ମରାମତି କାମ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ASI ଅଧୀକ୍ଷକ ଡିବି ଗଡ଼ନାୟକ ।ମରାମତି ପାଇଁ ପ୍ରାୟ ୨୦ ଫୁଟ ଉଚ୍ଚର ଲୁହାର ଭାର ବନ୍ଧା ଯାଇଛି। ଭାର ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ଫାଟ ମରାମତି କରାଯିବ । ଏହି ଫାଟ ମରାମତି କରିବେ ଏଏସଆଇ ଦ୍ୱାରା ନିଯୁକ୍ତ କୁଶଳୀ କାରିଗର । ପ୍ରାଥମିକ ଭାବେ ଚୂନ ପ୍ଲାଷ୍ଟର ହଟାଇ ଫାଟ ଥିବା ପଥର ରିପ୍ଲେସ ହେବ।
ଏହାପରେ ନୀଳଗିରିରୁ ଆସୁଥିବା ଉନ୍ନତମାନର ପଥରରେ ମରାମତି କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଚୂନ ପ୍ଲାଷ୍ଟର ଗୁଡ଼ିକ ଡି ପ୍ଲାଷ୍ଟର କରାଯିବ ବା ହଟାଜିବ।ପରେ ଚୂନ ପଥର ଗୁଡ଼ିକୁ ପ୍ରତି ସ୍ଥାପନ ବା ରିପ୍ଲେସ କରାଯିବା ପରେ ଫାଟ ରହିଥିବା ପଥର ଗୁଡ଼ିକୁ ରିପ୍ଲେଶ କରାଯିବ । ପୂର୍ଣ୍ଣାଙ୍ଗ ମରାମତି କାମ ଉପରେ ଦିଆଯିବ ଗୁରୁତ୍ବ ।ନୀଳଗିରି ରୁ ଆସିବ ଉନ୍ନତ ମାନର ପଥର ଓ ବ୍ଲାକ ଗ୍ରାନାଇଟ । ରତ୍ନ ଭଣ୍ଡାରରେ ରହିଛି ଭର୍ଟିକାଲ କ୍ରାକ୍ସ ବା କାନ୍ଥ ରେ ରହିଛି ଏକାଧିକ ଫାଟ । ଚଟାଣ ରେ ମଧ୍ୟ ରହିଛି ଫାଟ । ଅନେକ ସ୍ଥାନରେ ରହିଛି ମୂଷା ଗାତ । ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ବା ଜି ପି ଆର୍ ସର୍ଭେ ରୁ ସ୍ପଷ୍ଟ ହୋଇଛି ରତ୍ନ ଭଣ୍ଡାରରେ କେଉଁ ସ୍ଥାନରେ ଗାତ ଓ କେଉଁ ସ୍ଥାନରେ କେତେ ମାତ୍ରାରେ ରହିଛି ଫାଟ । ସେଇଭଳି ଷ୍ଟୋନ ବିମ୍ ରେ ଲାଗିଛି ଜଙ୍କ ବା କଳଙ୍କି । ଏହି ଷ୍ଟୋନ ବିମ ବା ରଟ ଆଇରନ କୁ ମଧ୍ୟ ପ୍ରତି ସ୍ଥାପନ କରିବ ଏ ଏସ ଆଇ ।