୮୪ ବର୍ଷରେ ଅଚୁ୍ୟତାନନ୍ଦ ସାମଲ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ମାଟିର ସନ୍ତାନ ତଥା ଯଶସ୍ୱୀ କବି ଅଚୁ୍ୟତାନନ୍ଦ ସାମଲଙ୍କ ପୁଣ୍ୟଜନ୍ମ ଦିନ ଆଜି । ୮୪ ବର୍ଷରେ ପଦାର୍ପଣ କରିଥିବା ଏହି ବରପୁତ୍ର ଯୁବ ସୁଲଭ ଲେଖିନୀ ଅତୁଳନୀୟ ଭାବେ ଚାଳନା ଜରି ରଖିଛନ୍ତି । ସେ ଏବେ ବି ସୃଷ୍ଟି ମନସ୍କ ଓ ଚଳଚଞ୍ଚଳ । ‘କବିର ଜୀବନ ସରିଯାଏ, ମାତ୍ର କବିତ୍ୱକୁ ବାର୍ଦ୍ଧକ୍ୟ ଗ୍ରାସ କରିପାରେ ନାହିଁ, ବରଂ ତାଙ୍କ ରଚିତ କବିତା ଚୀରକାଳ ଜୀଇଁ ରହେଁ’ ବୋଲି କୁହନ୍ତି ଶ୍ରୀ ସାମଲ । ଓଡିଆ ଯୁବ ଲେଖକ ସମ୍ମେଳନର ପ୍ରାକ୍ତନ ସମ୍ପାଦକ, ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ପ୍ରତିଭା ଅଚୁ୍ୟତାନନ୍ଦଙ୍କ ୭ ଖଣ୍ଡ କବିତା ସଙ୍କଳନ, ୩ଟି ଶିଶୁ କବିତା ପୁସ୍ତକ, ୧୦ଟି ଜନଶିକ୍ଷା ପୁସ୍ତିକା ସମେତ ଜୀବନର ସ୍ମୃତିଲିପି(ଅଲିଭା ଅନୁଭବ) ଏଯାବତ ପ୍ରକାଶିତ ହୋଇଛି । ସେ ‘ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନ’, ‘କାନ୍ତ ସାହିତ୍ୟ ପରିଷଦ’, ‘କବି ବସନ୍ତ ମୁଦୁଲି ସ୍ମୃତି ସଂସଦ’ର ସମ୍ପାଦକ ଓ ‘ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ’ ଆଦି ସାହିତ୍ୟ ସଙ୍ଗଠନର ପ୍ରତିଷ୍ଠାତା ସଭାପତି ଥିଲେ । ତାଙ୍କର ଶୁଭ ଜନ୍ମଦିନ ଅବସରରେ ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ସଭାପତି ଡଃ ସୁରେନ୍ଦ୍ର ମୋହନ ମିଶ୍ର, ଉପସଭାପତି ଅଧ୍ୟାପକ ଅନାଦି ଚରଣ ସାହୁ, ‘ଅଞ୍ଜଳି’ ପ୍ରତି୍ରକାର ସମ୍ପାଦକ ପ୍ରକାଶ ମହାପାତ୍ର, କବି ପୁରୁଷୋତ୍ତମ ଧଳ, କବି ପବନ କୁମାର ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ନିରାମୟ ଜୀବନ କାମନା କରିଛନ୍ତି ।