ବନମହୋତ୍ସବ ସପ୍ତାହ ପାଳିତ
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ୟୁଥ୍ ରେଡ୍କ୍ରସ୍ ପକ୍ଷରୁ ୭୬ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ୱାଇଆରସି ଉପଦେଷ୍ଟା ପବିତ୍ର ଖଣ୍ଡୁଆଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଲେଜ ଅଧ୍ୟକ୍ଷ ପୁରୁଷୋତ୍ତମ ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ହରିକୃଷ୍ଣ ନାୟକ, ଅଧ୍ୟାପକ ଅକ୍ଷୟ କୁମାର ସାହୁ ଓ ଜୟରାମ ବିଷୋୟୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏ ଅବସରରେ କଲେଜ ହତା ପରିସରରେ ଅତିଥି ଏବଂ ୱାଇଆରସି ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏଥିସହ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ଚିତ୍ର ପ୍ରଦର୍ଶନୀ ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।