ନବ ଉକ୍ରଳ ମହିଳା ସମିତିର ଆକ୍ୱାଗାର୍ଡ ପ୍ରଦାନ
ପାଣିକୋଇଲି : ଶେଷ ପରିଚୟ ବୃଦ୍ଧାଶ୍ରମ ଓ ବ୍ୟାସନଗରସ୍ଥ ଶାନ୍ତି ନିବାସକୁ ନବ ଉକ୍ରଳ ମହିଳା ସମିତି ପକ୍ଷରୁ ଆକ୍ୱାଗାର୍ଡ ପ୍ରଦାନ କରାଯାଇଛି । ବିଶୁଦ୍ଧ ପାନୀୟ ଜଳରୁ ବଂଚିତ ନହେବା ପାଇଁ ନବ ଉକ୍ରଳ ମହିଳା ସମିତି ପ୍ରୟାସ କରିଛି । ସମିତିର କର୍ମକର୍ତ୍ତା ଉଭୟ ଅନୁଷ୍ଠାନରେ ଆକ୍ୱାଗାର୍ଡ଼ ଲଗାଇବା ସହ ଅନ୍ତେବାସୀଙ୍କ ଭଲମନ୍ଦ ବୁଝିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଶାନ୍ତିଲତା ମାଝୀ, ସଭାପତି ଅମୂଲି ପହୀ, ସମ୍ପାଦକ ଜୟନ୍ତୀ ଜେନା ପ୍ରମୁଖ ସାମିଲ ଥିଲେ ।