ଦମ୍ପତିଙ୍କ ଠାରୁ ଲୁଟି ନେଲେ ୧୫ଲକ୍ଷ
ତାଳଚେର: ଦମ୍ପତିଙ୍କ ଠାରୁ ୧୫ ଲକ୍ଷ ଲୁଟ୍ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଲିଙ୍ଗରାଜ ଟାଉନସିପ୍ କଲୋନୀ କ୍ୱାଟରରେ ରହି ଆସୁଥିବା ଖଣିକର୍ମଚାରୀ ଦିପକ ବରାଳ ଓ ତାଙ୍କ ସ୍ତ୍ରୀ ପ୍ରଣତି ବରାଳଙ୍କୁ ଦୁଇଜଣ ମହିଳା ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଆତ୍ମିମିୟତା ସ୍ଥାପନା କରିଥିଲେ । ଉକ୍ତ ଦୁଇ ମହିଳା ବନ୍ଧୁତ୍ୱର ସୁଯୋଗ ନେଇ ଏକ ସୁନାଥାଳି ଦେବେ ବୋଲି ଗତ ୭ତାରିଖରେ ଦମ୍ପତିଙ୍କୁ କହିଥିଲେ । ଯାହାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାଇଥିଲେ । ତାଙ୍କ କଥାରେ ବିଶ୍ୱାସ କରି ଉକ୍ତ ଦମ୍ପତି ସୁନାଥାଳି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ । ମହିଳା ଦୁଇଜଣ ଏକ ପିତଳ ଥାଳିରେ ସୁନା ପ୍ରଲେପ ଲଗାଇ ସେମାନଙ୍କୁ ଠାରୁ ଏବାବଦରେ ନଗଦ ୧୫ଲକ୍ଷଟଙ୍କା ନେଇଯାଇଥିଲେ । ଏବଂ ବାକି ୫ଲକ୍ଷ ଟଙ୍କା ଦୁଇଦିନ ପରେ ନେବେ ବୋଲି କହି ମହିଳା ଦୁଇଜଣ ଚାଲିଯାଇଥିଲେ । ଏହାପରେ ସ୍ୱାମୀ ସ୍ତ୍ରୀଙ୍କର ସନେ୍ଦହ ହେବାରୁ ସେ ଅଳଙ୍କାର ଦୋକାନକୁ ଯାଇ ଉକ୍ତ ଥାଳିକୁ ପରୀକ୍ଷା କରାଇଥିଲେ । ମାତ୍ର ପିତଳ ଥାଳିରେ ସୁନାର ପ୍ରଲେପ ଦିଆଯାଇଥିବା ଅଳଙ୍କାର ଦୋକାନୀ କହିବାରୁ ସେମାନେ ଠକାମୀର ଶୀକାର ହୋଉଇଛନ୍ତି ଜାଣି କୋଲିୟରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।