କାର୍ତ୍ତିକେଶ୍ୱର ପୂଜାମଣ୍ଡପ ବୁଲିଲେ ବିଧାୟକ

ସାଲେପୁର: ପବିତ୍ର କାର୍ତ୍ତିକ ମାସ ପଞ୍ଚକ ଅବସରରେ ସାଲେପୁର ବ୍ଲକ୍ର ବିଭିନ୍ନ କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ବୁଲି ଚିରକୁମାର ପ୍ରଭୁ କାର୍ତ୍ତିକଙ୍କର ଦର୍ଶନ କରିବା ସହ ପ୍ରଭୁଙ୍କ କୃପା ଲାଭ କରିଛନ୍ତି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା । ବିଧାୟକ ଶ୍ରୀ ବେହେରା ସାଲେପୁର ବ୍ଲକ୍ର ଉତ୍ତର ବଟେଶ୍ୱର ଗ୍ରାମର ସତ୍ୟନାରାୟଣ କ୍ଲବ୍ ଆନୁକୂଲ୍ୟରେ ହେଉଥିବା କାର୍ତ୍ତିକେଶ୍ୱର ପୂଜାରେ ଯୋଗ ଦେବା ସହ ଗ୍ରାମର ବିଭିନ୍ନ ସମସ୍ୟା ସଂପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ପୂଜା କମିଟି ପକ୍ଷରୁ ବିଧାୟକ ଶ୍ରୀ ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗ୍ରାମର ଲୋକମାନେ ଗ୍ରାମର ବିଭିନ୍ନ ସମସ୍ୟା ସଂପର୍କରେ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ସାମ୍ବାଦିକ ହୃଷିକେଶ ମଲ୍ଲିକ, ସୌମ୍ୟରଂଜନ ମଲ୍ଲ, ଜୟରାମ ବେହେରା, ଗୁଲରେଜ ଅଲ୍ଲୀ, ବିନୋଦ ମଲ୍ଲିକ, ୱାର୍ଡସଭ୍ୟା ତୁଷାରକାନ୍ତ ମଲ୍ଲିକ, ମନୋଜ ସାମଲ, ପ୍ରଶାନ୍ତ ସାମଲ, ରଂଜନ କୁମାର ସାହୁ, କାଳନ୍ଦୀ ସାମଲ, ସଂଗ୍ରାମ ସାମଲ, ରିଙ୍କୁ କାଣ୍ଡି, ଡମ୍ବରୁଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥବାବେଳେ ରୋଧପୁର ଗ୍ରାମର ଇଲେଭେନ୍ ଷ୍ଟାର କ୍ଲବ୍ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ତ୍ତିକେଶ୍ୱର ପୂଜାରେ ବିଧାୟକ ଶ୍ରୀ ବେହେରା ଯୋଗ ଦେଇଥିଲେ । ସେହିପରି ଲୁଣାହାର, ଚନ୍ଦ୍ରାଦେଇପୁର, ମାଛୁଆତି, ଶିଶୁଆ ସମେତ ବିଭିନ୍ନ ପଞ୍ଚାୟତର କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ହେଉଥିବା କାର୍ତ୍ତିକେଶ୍ୱର ପୂଜାରେ ବିଧାୟକ ଶ୍ରୀ ବେହେରା ଯୋଗ ଦେଇ ପ୍ରଭୁ କାର୍ତ୍ତିକଙ୍କ କୃପା ଲାଭ କରିଥିଲେ ।