ଦାହ ପାଇଁ ସ୍ୱର୍ଗଦ୍ୱାର ଆଣିଥିଲେ... ବଞ୍ଚô ଉଠିଲେ ବୃଦ୍ଧା
ପୁରୀ: ମୃତୁ୍ୟ ହେବା ପରେ ସ୍ୱର୍ଗଦ୍ୱାର ଠାରେ ଦାହ କରିବା ପାଇଁ ଅଣାଯାଇଥିବା ଜଣେ ବୃଦ୍ଧା ଜୀବିତ ଥିବା ଜଣାପଡ଼ିବା ପରେ ତାଙ୍କୁ ସଦର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଛି । ପ୍ରକାଶଯେ, ଗଞ୍ଜାମର ପୋଲସରାରୁ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ଜଣେ ବୃଦ୍ଧାଙ୍କୁ ତାଙ୍କ ପରିବାର ଲୋକ ପୁରୀ ଆଣିଥିଲେ । ସ୍ୱର୍ଗଦ୍ୱାର ଠାରେ ପହଞ୍ଚôବା ପରେ ସଂପୃକ୍ତ ବୃଦ୍ଧା ମୃତୁ୍ୟବରଣ କରିଥିବା କୌଣସି ଡାକ୍ତରୀ ପ୍ରମାଣ ପତ୍ର ସ୍ୱର୍ଗଦ୍ୱାର କର୍ତ୍ତୃପକ୍ଷଙ୍କୁ ଦେଖାଇ ପାରିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ହୃଦଯନ୍ତ୍ର ଚାଲୁଥିବା ଜଣାପଡ଼ିଥିଲା । ସେ ଜୀବିତ ଥିବା ଜାଣିବା ପରେ ସ୍ୱର୍ଗଦ୍ୱାର କର୍ତ୍ତୃପକ୍ଷ ତାଙ୍କୁ ସଦର ମୁଖ୍ୟ ଚିକିସôାଳୟରେ ଚିକିସôା ନିମନ୍ତେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।