ୱାକଫ ପାଇଁ ୫ବର୍ଷ ଇସଲାମ ପାଳନ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୱାକଫ(ସଂଶୋଧନ) ଆଇନ ନେଇ ଆଜି ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ୱାକଫ ପାଇଁ ସମ୍ପତ୍ତି ଦାନ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତି ଅତି କମରେ ପାଞ୍ଚ ବର୍ଷ ପାଇଁ ଇସଲାମ ଧର୍ମ ପାଳନକାରୀ (ଧାରା ୩ ଆର)ହେବା ଆବଶ୍ୟକ ବୋଲି ଯେଉଁ ସର୍ତ୍ତ ରହିଛି ତାଉପରେ ରୋକ ଲଗାଇଛନ୍ତି । କୋର୍ଟ କହିଛନ୍ତି ୱାକଫ ପାଇଁ ୫ ବର୍ଷ ଇସଲାମ ପାଳନ ଜରୁରୀ ନୁହେଁ । ଏହାସହ ସୋମବାର ଦିନ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ୱାକଫ ସଂଶୋଧନ ଆଇନ, ୨୦୨୫ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି । କୋର୍ଟ ଆଇନର କିଛି ବ୍ୟବସ୍ଥାକୁ ସ୍ଥଗିତ ରଖିଛନ୍ତି । ଏହା ବ୍ୟତୀତ, ଧାରା (୩ ସି୨) ସହିତ ଜଡିତ ରାଜସ୍ୱ ରେକର୍ଡର ବ୍ୟବସ୍ଥା ମଧ୍ୟ ସ୍ଥଗିତ ରଖାଯାଇଛି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ବ୍ୟକ୍ତିଙ୍କ ଅଧିକାର ସ୍ଥିର କରିପାରିବେ ନାହିଁ । ଯେପର୍ଯ୍ୟନ୍ତ ନିଯୁକ୍ତ ଅଧିକାରୀଙ୍କ ତଦନ୍ତ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଓ ଯେପର୍ଯ୍ୟନ୍ତ ୱାକଫ ଟ୍ରିବୁ୍ୟନାଲ ଓ ହାଇକୋର୍ଟ ଦ୍ୱାରା ୱାକଫ ସମ୍ପତ୍ତିର ମାଲିକାନା ଉପରେ ନିଷ୍ପତ୍ତି ନିଆଯାଇ ନାହିଁ, ସେପର୍ଯ୍ୟନ୍ତଦ୍ଭ ୭ ପୃଷ୍ଠାରେ...
ୱାକଫକୁ ଏହାର ସମ୍ପତ୍ତିରୁ ବେଦଖଲ କରାଯାଇପାରିବ ନାହିଁ । କୋର୍ଟ ୱାକଫ ଭାବରେ ଘୋଷିତ ସମ୍ପତ୍ତି ସରକାରଙ୍କର କି ନୁହେଁ ତାହା ନିଷ୍ପତ୍ତି ନେବାର କ୍ଷମତା ଜଣେ କଲେକ୍ଟରଙ୍କୁ ଦେଇଥିବା ବ୍ୟବସ୍ଥାକୁ ମଧ୍ୟ ସ୍ଥଗିତ ରଖିଛନ୍ତି ଏବଂ ଗୁରୁତ୍ୱ ଦେଇ କହିଛନ୍ତି ଯେ କଲେକ୍ଟରଙ୍କୁ ନାଗରିକଙ୍କ ଅଧିକାର ଉପରେ ନିୟମ କରିବାକୁ ଦେବା କ୍ଷମତା ପୃଥକୀକରଣକୁ ଉଲ୍ଲଂଘନ କରିବ । "ଧାରା ୨୩- ପଦାଧିକାରୀ ଯଥାସମ୍ଭବ ମୁସଲିମ ସମ୍ପ୍ରଦାୟରୁ ହେବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି । ଅନ୍ୟପକ୍ଷରେ କୋର୍ଟ ୱାକଫ ବୋର୍ଡରେ ଅଣ-ମୁସଲିମ ସଦସ୍ୟଙ୍କ ସଂଖ୍ୟାକୁ ମଧ୍ୟ ସୀମିତ କରିଛନ୍ତି । ମୁଖ୍ୟ ବିଚାରପତି ବିଆର ଗଭାଇ ଓ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ, ୱାକଫ ଆଇନର କିଛି ଧାରା ଉପରେ ଅଧିକ ବିବାଦ ହେଉଛି । ଆମେ ପୁରୁଣା ଆଇନ ମଧ୍ୟ ଦେଖିଛୁ । ସମ୍ପୂର୍ଣ୍ଣ ଆଇନ ଉପରେ ସ୍ଥଗିତାଦେଶ ଲଗାଇବାର କୌଣସି ଆବଶ୍ୟକତା ନାହିଁ । କଲେକ୍ଟର ୱାକଫ ଜମି ବିବାଦର ସମାଧାନ କରିପାରିବେ ନାହିଁ । ଏପରି ମାମଲା ଟ୍ରିବୁ୍ୟନାଲକୁ ଯିବା ଉଚିତ । ୱାକଫ ବୋର୍ଡରେ ଅଣ-ମୁସଲିମ ସଦସ୍ୟଙ୍କ ସଂଖ୍ୟା ସୀମିତ କରାଯିବା ଜରୁରୀ । ରାଜ୍ୟ ୱାକଫ ବୋର୍ଡ ଏବଂ କେନ୍ଦ୍ରୀୟ ୱାକଫ ପରିଷଦରେ ଅଣ-ମୁସଲମାନଙ୍କ ସଂଖ୍ୟା ୩ଜଣରୁ ଅଧିକ ହୋଇପାରିବ ନାହିଁ ।
କୋର୍ଟ ଜଣେ ଅଣ-ମୁସଲିମଙ୍କୁ ସିଇଓ ଭାବରେ ନିଯୁକ୍ତି ଅନୁମତି ଦେଉଥିବା ସଂଶୋଧନ ଉପରେ ସ୍ଥଗିତାଦେଶ ଦେବାକୁ ମନା କରି ସ୍ପଷ୍ଟ କରିଛନ୍ତି ଯେ ଯଥାସମ୍ଭବ, ୱାକଫ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣେ ମୁସଲିମ ହେବା ଉଚିତ । ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ସଂସଦ ଦ୍ୱାରା ପ୍ରଣୀତ ଆଇନଗୁଡ଼ିକୁ ବୈଧ ବୋଲି ଧରି ନିଆଯିବା ଉଚିତ ଏବଂ କେବଳ ଅତି ବିରଳ କ୍ଷେତ୍ରରେ ସ୍ଥଗିତାଦେଶ ଦିଆଯିବା ଉଚିତ । ତଥାପି, ଏହା ଆହୁରି ମଧ୍ୟ କହିଛି ଯେ ଜଣେ ସରକାରୀ ଅଧିକାରୀଙ୍କ ଦ୍ୱାରା ବ୍ୟବହାରକାରୀଙ୍କ ଦ୍ୱାରା ୱାକଫ ନିର୍ଣ୍ଣୟ କ୍ଷେତ୍ରୀୟ ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶ ଅନୁଯାୟୀ ହେବ । ୱାକଫ (ସଂଶୋଧନ) ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଅନେକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟ ଏହାର ଶୁଣାଣି କରି ମେ ୨୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।