ରିଲିଜ ହେଲା ଓଡ଼ିଆ ଫିଲ୍ମ "ରଙ୍ଗଶୁର'ର ଟ୍ରିଜର

 ଭୁବନେଶ୍ୱର: ମୁନ୍ ଟିଭି ଏବଂ ପ୍ରକାଶ ଫିଲ୍ମସ୍ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’ର ଟ୍ରେଲର୍ ବହୁତ ଲୋକାଦୃତ ହେବା ପରେ ଟ୍ରିଜର ମଧ୍ୟ ରିଲିଜ୍ ହୋଇ ବେଶ ପ୍ରଶଂସନୀୟ ହୋଇପାରିଛି । ତେବେ ଆସନ୍ତା ୧୨ ଜାନୁଆରୀ ନୂଆ ବର୍ଷ ଉପଲକ୍ଷେ ସାରା ଓଡ଼ିଶା ଦେଖିବ ‘ରଙ୍ଗଶୁର’ । ଏହାର ଟ୍ରେଲର ଆଇଏଫ୍ଏଫଆଇରେ ସ୍କ୍ରିନଂ ହୋଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଁଟିଛି । ବହୁ ରାଜନିତୀଜ୍ଞ ଓ ଚଳଚିତ୍ର ଜଗତରେ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ପାଖରୁ ଢେର ପ୍ରସଂଶା ସାଉଁଟିବା ସହିତ ‘ରଙ୍ଗଶୁର’ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ରିଲିଜ କରାଯିବ ବୋଲି ପ୍ରଯୋଜକ ମତ ରଖିଛନ୍ତି ।
ମୁନ୍ ଟିଭି, ପ୍ରକାଶ ଫିଲ୍ମସ୍ ଓ ମ୍ୟାକ୍ସିମିନିଆ ଫିଲ୍ମ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ‘ରଙ୍ଗଶୁର’ର ପ୍ରଯୋଜନା ସଚ୍ଚିକାନ୍ତ ଜେନା କରିଥିବା ବେଳେ ପ୍ରଶାନ୍ତ ବେହେରା, ପ୍ରତାପ ରାଉତ ଓ ସୁନୀଲ ୟାଦବ ଏହାର ସହ ପ୍ରଯୋଜନା କରିଛନ୍ତି । ଏକାଧାରରେ କାହାଣୀ, ଚିତ୍ରତ୍ତୋଳନ ଏବଂ ନିଦେ୍ର୍ଦଶନାରେ ଅଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ । ନୂତନ ବର୍ଷ ତଥା ମକର ସଂକ୍ରାନ୍ତି ଉପଲକ୍ଷେ ‘ରଙ୍ଗଶୁର’ ମୁକ୍ତିଲାଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରଙ୍ଗଶୁରର କ୍ରୀଏଟିଭ୍ ହେଡ୍ ରହିଛନ୍ତି ପ୍ରଣୟ ଜେଠୀ । 
ରଙ୍ଗ-ସୁର ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକକଳା ନୃତ୍ୟ ବାଘ ନାଚ । ବିଲୁପ୍ତ ପ୍ରାୟ ବାଘ ନାଚ ଉପରେ ଆଧାରିତ ଏ କଥାଚିତ୍ରର କାହାଣୀ ରଂଗାଶୁର । ବାପା ଏବଂ ଝିଅ ଏହାର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଦୁହେଁ ବାଘ ନାଚ କଳାକୁ କେମିତି ପୁନରୁଦ୍ଧାର କରିପାରିବେ ସେମିତି ଏକ କାହାଣୀକୁ ନେଇ ଚଳଚିତ୍ର ‘ରଙ୍ଗ-ସୁର’ । ଅଭିନୟରେ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ୱିତ, ସୂର୍ଯ୍ୟମୟୀ ଏବଂ ଶୁଭଶ୍ରୀ ପ୍ରମୁଖ ଅଛନ୍ତି । ସ୍କ୍ରିପ୍ଟ ହିମାଂଶୁ ଏବଂ ଶତ୍ରୁ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ । ସଙ୍ଗୀତ ନିଦେ୍ର୍ଦଶନା ଗୌରବ ଆନନ୍ଦ ଏବଂ ବାନି । ଚଳଚିତ୍ରଟି ଆସନ୍ତା ଜାନୁଆରୀ ମାସ ୧୨ ତାରିଖରେ ମୁକ୍ତିଲାଭ କରିବ । ତେଣୁ ଓଡ଼ିଆ ଚଳଚିତ୍ର ପ୍ରେମୀଙ୍କ ମନରେ ଉସôାହ ଦେଖାଯାଉଛି ।