ରାସ୍ତା କଡରୁ ୮ ଅଫୁଟା ବୋମା ଜବତ
ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠ ଜିଲ୍ଲା ସଦର ଥାନା କାଙ୍କଡାପାଳ ଗ୍ରାମ ନିକଟରେ ରାସ୍ତା ନିକଟରୁ ଆଜି ପୁଲିସ୍ ୮ଟି ଅଫୁଟା ବୋମା ଜବତ କରାଯାଇଛି । ତେବେ ବମ୍ ସ୍ୱାର୍ଡ ଟିମ୍ ସାହାଯ୍ୟରେ ସେଗୁଡିକୁ ନିଷ୍କ୍ରିୟ କରିଦିଆଯାଇଥିବା ଜଣାପଡ଼ିଛିି । ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଢେଙ୍କାନାଳ-ବଣସିଂହ ରାସ୍ତାର ସହର ଉପକଣ୍ଠ କାଙ୍କଡାପାଳ ଗ୍ରାମ ନିକଟ କେନାଲ ହୁଡାରୁ କିଛି ବୋମା ପଡିଥିବା ଅଚଂଳବାସୀଙ୍କ ଠାରୁ ପୁଲିସ୍ ଖବର ପାଇଥିଲା । ପୁଲିସ୍ ଘଟଣା ସ୍ଥଳରେ ସଙ୍ଗେସଙ୍ଗେ ପହଁଚିବା ସହିତ ବୋମା ନିଷ୍କ୍ରିୟ ଟିମକୁ ଡାକିଥିଲା । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ବୋମା ନିଷ୍କ୍ରିୟ ଟିମ୍ ଘଟଣା ସ୍ଥଳରେ ପହଁଚି ସେଗୁଡିକୁ ନିଷ୍କ୍ରିୟ କରିଦେଇଛି । ସେଠାରୁ କିଛି ଆପତିଜନକ ଜିନିଷ ପୁଲିସ୍ ଜବତ ମଧ୍ୟ କରିଛି । ଜଣେ ବୋମା ନିଷ୍କ୍ରିୟ ଟିମ୍ର ଜଣେ ସଦସ୍ୟ କହିଛନ୍ତି ଯେ, ବୋମା ଗୁଡିକ ହାତ ତିଆରି ବୋମା ହୋଇଥିବା ବେଳେ ତା ମଧ୍ୟରେ ଗୋଡି, ଚିପ୍ସ, ବାରୁଦ ଗୁଣ୍ଡ ଆଦି ରହିଥିଲା । ଏହି ପ୍ରକାରର ବୋମା ଗୁଡିକ ସାଧାରଣତଃ ପ୍ରେସର ପାଇଲେ ଅର୍ଥାତ ଫୋପାଡିଲେ ଫୁଟିଥାଏ । ଆମ ବୋମା ନିଷ୍କ୍ରିୟ ଟିମ୍ ସେଗୁଡିକୁ ନଷ୍ଟ କରିଦେଛନ୍ତି । ଏବେ ସେହି ଅଚଂଳ ବିପଦମୁକ୍ତ ହୋଇସାରିଛି । ଏହି ବୋମା ଗୁଡିକ ଗତକାଲି ରାତିରେ କିଛି ଦୁର୍ବୁତ ଏହି ବୋମା ଗୁଡିକୁ ଆଣି ସେଠାରେ ରଖି ଦଇ ପଳାଇ ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏ ସଂପର୍କରେ ପୁଲିସ୍ ଏକ ମାମଲା ରୁଜୁକରି କେଉଁଠାରୁ ବୋମା ଗୁଡିକ ଆସିଥିଲା ଓ କେଉଁ ଉଦେ୍ଦଶ୍ୟରେ ସେଠାର କିଏ ବୋମାଗୁଡିୁକୁ ଥୋଇଥିଲା ତାହାର ତଦନ୍ତ ଚଳାଇଥିବା ପୁଲିସ୍ ସୂତ୍ରରୁ ଜଣାଯାଇଛି । ତେବେ ଏହି ବୋମା ଗୁଡିକ ଜଙ୍ଗଲୀ ଜନ୍ତୁ ଶିକାର ଉଦେ୍ଦଶ୍ୟରେ ନା କାହା ଉପର ଆକ୍ରମଣ କରିବା ଉଦେ୍ଦଶ୍ୟରେ ଏଠାରେ ରଖାଯାଇଥିଲା ତାକୁ ନେଇ ଏବେ ସାରା ସହରରେ ଚର୍ଚ୍ଚା ଚାଲିଛି ।