ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ସଚିବଙ୍କ ଆହ୍ୱାନ: ତାଳଚେର ଓ ଫୁଲବାଣୀ ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ

ଭୁବନେଶ୍ୱର:  କାର୍ଯ୍ୟକ୍ଷମ ହେବ ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ । ଏହି ଦୁଇ ମେଡିକାଲ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଚିକିତ୍ସା ସେବାରେ  ଆଶାତୀତ ଉନ୍ନତି ହେବା ସହ ରାଜ୍ୟବାସୀ ବିଶେଷ ଭାବେ ଉପକୃତ ହେବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ଅଶ୍ୱତୀ ଏସ୍ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଏହି ଦୁଇ ଅନୁଷ୍ଠାନର ବିବିଧ ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ନେଇ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର କୋଠାବାଡ଼ିରୁ ଆରମ୍ଭ କରି ଯନ୍ତ୍ରପାତି ଯାଏଁ ସବୁ ଆବଶ୍ୟକୀୟ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । 
ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଓ ଅନୁଷ୍ଠାନ ସହ ସଂପୃକ୍ତ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କୁ ସାପ୍ତାହିକ ବୈଠକ ଆହ୍ୱାନ କରି ସମସ୍ୟାଗୁଡ଼ିକୁ ସମାଧାନ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି ଦୁଇ ମେଡ଼ିକାଲ କଲେଜକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରି ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତି ଆଣିବା ଏବଂ ଜନସାଧାରଣଙ୍କୁ ଗୁଣାତ୍ମକ ଚିକିସôା ସେବା ଯୋଗାଇଦେବା ପାଇଁ ସରକାର ସଂକଳ୍ପବଦ୍ଧ । ଓଏସଏମସିଏଲର ପରିଚାଳନା ନିଦେ୍ର୍ଦଶକ ଡା. ପୋମା ଟୁଡ଼ୁ, ଅନୁଗୋଳ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତର, କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ, ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଡା. ବିଜୟ ମହାପାତ୍ର, ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିଦେ୍ର୍ଦଶକ ଡା. ସନ୍ତୋଷ ମିଶ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଡ. ଉଷାରାଣୀ ସାହୁଙ୍କ ସମେତ ବହୁ ବିଭାଗୀୟ ପଦାଧିକାରୀ ଏହି ବୈଠକରେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।