ଖାଲିଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦବୀ ପୂରଣ ଦାବି
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ୨୦୨୩ ମସିହା ମାର୍ଚ୍ଚ ୩୧ ତାରିଖରେ ପ୍ରଥମକରି ଉନ୍ମୋଚନ ହୋଇଥିବା ଓଡିଶା ପଞ୍ଚାୟତିରାଜ ସେବା କ୍ୟାଡରରେ ଗୁରୁରତ ତ୍ରୁଟି ଯୋଗୁଁ ଆଜିସୁଦ୍ଧା ୩୦ଟି ଜିଲ୍ଲାରୁ ୨୩ଟି ଜିଲ୍ଲାରେ ପଞ୍ଚାୟତ ଅଧିକାରୀ ପଦବୀ ଖାଲି ପଡିଛି । ପଞ୍ଚାୟତରାଜ ବିଭାଗର ଟାଳଟୁଳ ନୀତି ଯୋଗୁଁ ପଞ୍ଚାୟତିରାଜ ସେବା କ୍ୟାଡରରେ ଥିବା ତ୍ରୁଟି ସଂଶୋଧନ ହୋଇପାରୁ ନାହିଁ କି ଅର୍ଥ ବିଭାଗ ଦ୍ୱାରା ଅନୁମୋଦନ ହୋଇଥିବା ୩୦ ଶତକଡା ଅତିରିକ୍ତ ବିଡିଓ ପଦବୀ ଓଡିଶା ଲୋକସେବା ଆୟୋଗ ଦ୍ୱାରା ଚୟନ ପ୍ରକ୍ରିୟା ଏପର୍ଯ୍ୟନ୍ତ ଫଇସଲା ହୋଇପାରୁନାହିଁ । ଅନେକ ବରିଷ୍ଠ ଅତିରିକ୍ତ ବିଡିଓ ଓ ଉପଖଣ୍ଡ ପଞ୍ଚାୟତ ଅଧିକାରୀମାନେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ ପଦୋନ୍ନତି ପାଇବାରୁ ବଞ୍ଚôତ ହେବା ସହିତ ବାଧ୍ୟ ହୋଇ ନିଜ ପଦବୀରୁ ଅବସର ନେଉଛନ୍ତି । ପୁନଶ୍ଚ ଯେଉଁ ଅଧିକାରୀ ପଞ୍ଚାୟତିରାଜ ବିଭାଗରେ ଭଲ କାମ କରୁଥିଲେ ଓ ତାଙ୍କ ସମୟରେ ସବୁ କାମ ଠିକଠାକ ଚାଲୁଥିଲା, ସେ ଅଧିକାରୀଙ୍କ ବିରୋଧରେ ପଞ୍ଚାତିରାଜ ବିଭାଗର କେତେଜଣ କୁଚକ୍ରୀ ଗୋଷ୍ଠୀ ମିଶି ବେନାମୀ ଓ ମିଥ୍ୟା ଅଭିଯୋଗ ବଳରେ ତାଙ୍କୁ ପିଡିଓ ସେକ୍ସନରୁ ବଦଳି କରିବା ଦ୍ୱାରା ପଞ୍ଚାୟତିରାଜ ସେବା କ୍ୟାଡର କର୍ମଚାରୀଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି । ଏହି ବେନାମୀ ଓ ମିଥ୍ୟା ଅଭିଯୋଗର ତଦନ୍ତ କରାଯାଇ ଉକ୍ତ ଅଧିକାରୀଙ୍କୁ ପିଡିଓ ସେକ୍ସନରେ ପୁନଃ ନିଯୁକ୍ତି ଓ ଓଡିଶା ପଞ୍ଚାୟତିରାଜ ସେବା କ୍ୟାଡରକୁ ଆଶୁ ସଂଶୋଧନ ନିମନ୍ତେ ପଞ୍ଚାୟତିରାଜ ସେବା କ୍ୟାଡରର ଅଧିକାରୀମାନେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।