କୁଡ଼ୁମୀ ମହାନ୍ତଙ୍କୁ ଆଦିବାସୀ ମାନ୍ୟତା ଦାବି
ବୈଶିଙ୍ଗା : ପୂର୍ବ ଭାରତର ୭ ରାଜ୍ୟରେ ମହାନ୍ତ ଭାଷାଭାଷୀ ଅଞ୍ଚଳରେ କୁଡ଼ୁମୀ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ସେମାନଙ୍କୁ ଆଦିବାସୀ ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି । ଭାରତ ସ୍ୱାଧୀନ ହେବାପରେ ସମାଜରେ ଆଦିବାସୀ ମାନ୍ୟତା ପାଇ ଆସୁଥିବା ବେଳେ ୧୯୫୮ ମସିହାଠାରୁ ତକôାଳୀନ କେନ୍ଦ୍ର ସରକାର ତାଙ୍କୁ ସାଧାରଣ ବର୍ଗ ଭାବେ ଆଇନ ପରିଣତ କରିଥିବା ଅଭିଯୋଗ କରୁଛନ୍ତି । ସେଥିପାଇଁ ମହାନ୍ତ ମହାସଭା, କୁଡ଼ୁମୀ ସମାଜ ନାମରେ ସଙ୍ଗଠନ କରି ତାଙ୍କୁ ପୁଣି ଆଦିବାସୀ ମାନ୍ୟତା ଦେବାପାଇଁ ଆନେ୍ଦାଳନ କରି ଆସୁଛନ୍ତି । ଏହାକୁ ଅଧିକ ତୀବ୍ରତର କରିବା ପାଇଁ ବେତନଟୀ ଅଞ୍ଚଳର ସଂଗ୍ରାମୀ ଯୁବକ ଜୈମୁନୀ କୁମାର ମହାନ୍ତ "କୁଡ଼ୁମୀ ସେନା" ନାମରେ ଏକ ଆନ୍ତଃରାଜ୍ୟ ସଙ୍ଗଠନ ଗଠନ କରି ଏହାର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରି ବିଭିନ୍ନ ପ୍ରାନ୍ତ ବୁଲି ବୁଲି ସଙ୍ଗଠନ କୁ ମଜବୁତ୍ କରିବାରେ ଲାଗି ପଡି ଥିବାର ଲକ୍ଷ୍ୟ କରାଯାଇଛି । ଇତି ମଧ୍ୟରେଏହି ସଙ୍ଗଠନର ୧୩ ତମ ପ୍ରତିଷ୍ଠା ଦିବସ ଜୁନ ୩ ତାରିଖରେ ପାଳିତ ହୋଇ ଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ , ବିହାର, ଝାଡଖଣ୍ଡ, ଆସାମ, ମଧ୍ୟପ୍ରଦେଶ, ଛତିଶଗଡ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ବୈଠକ ମାନ କରି ମହାନ୍ତ ସମ୍ପ୍ରଦାୟଙ୍କୁ ଏକଜୁଟ କରିବାରେ ଲାଗି ପଡ଼ିଛନ୍ତି । ଆଦିବାସୀ ମାନ୍ୟତା ସାଙ୍ଗକୁ କୁଡ଼ୁମାଲି ଭାଷାକୁ ମାନ୍ୟତା ଦେବା ସହିତ ତାଙ୍କର ରିତିନୀତି, ପର୍ବପର୍ବାଣୀ, ସଂସ୍କୃତି, ପରମ୍ପରା କୁ ବଜାୟ ରଖିବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ବୈଠକ କରି ଜୈମୁନି ମହାନ୍ତି ସଙ୍ଗଠନକୁ ସୁଦୃଢ଼ କରି ପାରି ଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଉପେନ୍ଦ୍ର ମହାନ୍ତ, ବିବେକାନନ୍ଦ ମହାନ୍ତ, ବିଶ୍ୱନାଥ ମହାନ୍ତ, କୈଳାଶ ମହାନ୍ତ, ଅଭିମନୁ୍ୟ ମହାନ୍ତ, ରବି ମହାନ୍ତ ପ୍ରମୁଖଙ୍କ ସମେତ ଶତାଧିକ କର୍ମକର୍ତ୍ତା ଜୈମୁନି ମହାନ୍ତଙ୍କୁ ସହଯୋଗ କରି ଚାଲିଛନ୍ତି ।