ବାଳିକା ଆତ୍ମରକ୍ଷା କୌଶଳ ଶିବିର ଉଦ୍ୟାପିତ
ବୈତରଣୀ ରୋଡ଼: ପ୍ରାଣକୃଷ୍ଣ ମହାବିଦ୍ୟାଳୟ ବୈତରଣୀ ରୋଡ଼ରେ ୮ଦିନଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି । ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ଖଣ୍ଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନେ କିଭଳି ନିଜକୁ ଅସମାଜିକ ବ୍ୟକ୍ତିମାନଙ୍କ ଠାରୁ ସୁରକ୍ଷିତ ରହିବେ ନିଜ ପରିବାର, ପରିଜନଙ୍କୁ କିଭଳି ସୁରକ୍ଷା ଦେଇ ପାରିବେ ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷିକା ଭାବେ ଏନସି କଲେଜରୁ ସରସ୍ୱତୀ ପତି ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ଅଧ୍ୟାପକ ଅରୁଣ କୁମାର ପଣ୍ଡା, ମନୋଜ କୁମାର ସାହୁ, ମନ୍ମଥ କୁମାର ସାହୁ, ଅଜିତ କୁମାର ସାହୁ, ବଳରାମ ଜେନା, ଅଧ୍ୟାପିକା ଅହଲ୍ୟା ଜେନା, ବିଦ୍ୟାଦାତ୍ରୀ ଦାସ, ପ୍ରୀତିପ୍ରନ୍ନା ମହାପାତ୍ର ଓ ଖେଳ ଶିକ୍ଷକ ଦେବଦତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ରିଆକ୍ଟ ବୁକ୍ ଏବଂ ପ୍ରମାଣପତ୍ର ପ୍ରଦାନକରାଯାଇଥିଲା । ସଂଯୋଜକ ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।
ବିଞ୍ଝାରପୁର: ସିଂହପୁର ସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ସଂଯୋଜିକା ଭାବେ ପୁଷ୍ପଲତା ଯେନା ଓ ମାଷ୍ଟର ଟ୍ରେନର ଭାବେ ସରସ୍ୱତୀ ପତି ଯୋଗଦେଇ +୩ ପ୍ରଥମ ବର୍ଷର ବାଳିକା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।