ରାସ୍ତା କାମ ନାଁରେ ଚାଲିଛି ଗଛ କଟା  


ାା ପ୍ରଭାନୁ୍ୟଜ ।ା ନୀଳଗିରି: ଶେରଗଡ ଠାରୁ ଝରଣାଘାଟି ପର୍ଯ୍ୟନ୍ତ ୧୯ନମ୍ବର ରାଜ୍ୟ ରାଜପଥକୁ ଦୁଇ ଲାଇନ୍ ବିଶିଷ୍ଟ ଓସାରିଆ ରାସ୍ତା କରିବା ପାଇଁ ଜଙ୍ଗଲ ବିଭାଗ ରାସ୍ତା ପାଖରେ ଥିବା ଛୋଟ ଛୋଟ ଗଛକୁ କାଟିବାକୁ ଅନୁମତି ଦେଉନଥିବାରୁ ଉକ୍ତ ରାସ୍ତାଟି ମରଣଯନ୍ତା ପାଲଟିଛି । ମାତ୍ର ଭାଲୁକାଶୁଣି ଠାରୁ ନରଣପୁର ଦେଇ ମାଟିଆଳି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ପାଇଁ ଚାଲିଛି ଗଛକଟା । ତେବେ ଏହା କିପରି ଓ କାହା ନିଦେ୍ର୍ଦଶରେ ହେଉଛି? ଗୋଟିଏ ରାସ୍ତା ନିର୍ମାଣ ପାଇଁ ଗଛକଟାର ଅନୁମତି ମିଳିନଥିବାବେଳେ ଏହି ରାସ୍ତା ନିର୍ମାଣ ପାଇଁ କିପରି ଅନୁମତି ମିଳିଲା, ତାହାକୁ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଉକ୍ତ ରାସ୍ତା କାର୍ଯ୍ୟରେ ଠିକାଦାର ଜଣଙ୍କ ବିଭିନ୍ନ ସମୟରେ ରାଜସ୍ୱ ଫାଙ୍କି ରାସ୍ତା ପାଖରୁ ମୋରମ ଓ ମାଟି ଚୋରି କରି ରାସ୍ତାରେ ପକାଇ ଅଧିକ ଲାଭବାନ ହେଉଥିବାର ଅଭିଯୋଗ ଉଠିଛି । ଏବେ ବର୍ଷା ଋତୁ ଚାଲିଥିବା ଯୋଗୁଁ ଚୋରାରେ ମୋରମ ମିଳୁନଥିବାରୁ ଠିକାଦାର ଜଣଙ୍କ ଅତି ଚତୁରତାର ସହିତ ବନ ବିଭାଗକୁ ହାତ କରି ଜଙ୍ଗଲ ରାସ୍ତା କଡରୁ ଶାଳ ଗଜା ଗଛକୁ ନଷ୍ଟ କରି ମୋରମ ତାଡି ରାସ୍ତା କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳିଛି । ଜଙ୍ଗଲ ବିଭାଗ ଗାଁ ଗାଁରେ ବୃକ୍ଷ ହିଁ ଜୀବନ କହି ସଚେତନ କରୁଥିବାବେଳେ ଭାଲୁକାଶୁଣୀରୁ ମାଟିଆଳି ରାସ୍ତା କାର୍ଯ୍ୟରେ ଜଙ୍ଗଲ ବିଭାଗ ଠିକାଦାରଙ୍କୁ କିପରି ଗଜା ଗଛ ଗୁଡ଼ିକୁ ନଷ୍ଟ କରିବା ପାଇଁ ଅନୁମତି ଦେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହା ଜଣାପଡୁଛି ଜଙ୍ଗଲ ବିଭାଗ ଠିକାଦାରଙ୍କ ଠାରୁ କିଛି ହାତଗୁଞ୍ଜା ନେଇ ଏପରି କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବାରୁ ଠିକାଦାର ଜଣଙ୍କ ସାହାସର ସହିତ ଜଙ୍ଗଲରୁ ଶାଳ ଗଜା ଗଛକୁ ନଷ୍ଟ କରି ମୋରମ ତାଡି ରାସ୍ତା କାର୍ଯ୍ୟ ଚଳାଇଥିବାର କୁହାଯାଉଛି । ଅପରପକ୍ଷରେ ଜଙ୍ଗଲରୁ ମୋରମ ଚୋରାଚାଲାଣ ହେଉ କି ଗଛ ଚୋରି ହେଉ ଜଙ୍ଗଲ ବିଭାଗକୁ ଅଭିଯୋଗ କଲେ ଜଙ୍ଗଲ ବିଭାଗ ଘଟଣାସ୍ଥଳରେ ପହଞ୍ଚô କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତେଲ ମରାକଥା କହି ପଳାଇ ଆସୁଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ ବିଭାଗର ଏଭଳି ନୀତି ଯୋଗୁଁ ଧୀରେଧୀରେ ଜଙ୍ଗଲ ଧ୍ୱଂସ ହେବାକୁ ବସିଲାଣି । ଏପରି ସ୍ଥଳେ ଠିକାଦାର ଜଣଙ୍କ ମୋରମମାଫିଆ ସାଜି ମନଇଚ୍ଛା ନିମ୍ନମାନର କାର୍ଯ୍ୟ ଚଳାଇଥିବାରୁ ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରାନ୍ତେ ବିଭାଗୀୟ ଅଧିକାରୀମାନେ ରାସ୍ତା କାର୍ଯ୍ୟ ସମୟରେ ଘଟଣାସ୍ଥଳରେ ରହୁନଥିବାରୁ ଠିକାଦାର ଜଣଙ୍କ ରାସ୍ତାରେ ରାବିସ୍ ଠିକ୍ ଭାବେ ନ ପକାଇ କମ୍ ଉଚ୍ଚତାର ଛାଞ୍ଚ ପକାଇ ଚାଲିଥିବାର ଅଭିଯୋଗ ଉଠିଛି । ତେବେ କୋଟିକୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ରାସ୍ତାର ସ୍ଥାୟିତ୍ୱ ଓ ମୋରମ ଚୋରି ଉପରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।