ବିଜେପିର ମିଶ୍ରଣ ପର୍ବ
ସିଂହପୁର : ବିଞ୍ଝାରପୁର ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ବବିତା ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ବବିତାଙ୍କ ଟିମ ଏବେ ପୁରା ଦମରେ ବିଜୟ ଲକ୍ଷନେଇ ଲାଗି ପଡିଛନ୍ତି । ଘରକୁ ଘର ବୁଲି ବବିତା ପ୍ରଚାର କରୁଥିବା ବେଳେ ଗତକାଲି ଆଉଁରୀ ପଞ୍ଚାୟତର ଅନ୍ୟଦଳର ବହୁ କର୍ମୀ ବବିତାଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଛନ୍ତି । ବବିତା ଏହି କର୍ମୀ ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ । ଅନ୍ୟପକ୍ଷରେ ବିଞ୍ଝାରପୁର ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ନିଜ ସଂଗଠନକୁ ସୁଦୃଢ କରିବା ସହିତ ବିରୋଧି ଦଳରୁ ବହୁ ଟାଣୁଆ ସଂଗଠକ ମାନଙ୍କୁ ନିଜ ଦଳରେ ସାମିଲ କରି ରଣନିତୀକୁ ଆହୁରି ତୀବ୍ର କରୁଛନ୍ତି ।