୪୪ ସତ୍ତ୍ୱେ ଡଙ୍କାରୀରୁ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର କଳାପଥର
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ-ଜାରକା:ଡଙ୍କାରୀ କଳା ପଥର ଖଣିରୁ ବ୍ୟାପକ ଭାବରେ ବେଆଇନ କଳା ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଇଆସୁଛି । ଗତ ମେ ମାସ ୧୮ ତାରିଖରେ ନିର୍ବାଚନର ଠିକ୍ ଅବ୍ୟବହିତ ପୂର୍ବରୁ ନାରାୟଣ ରାଉତଙ୍କ ଡଙ୍କାରୀ ଖଣିରେ ମାଟି ଅତଡା ଖସି ତିନି ଜଣ ନିରୀହ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ସେଠାରେ ପ୍ରଶାସନ ୨୦୦୦ଟନରୁ ଅଧିକ କଳା ପଥରକୁ ଜବତ କରିଥିଲା । ୧୪୪ଧାରା ପ୍ରୟୋଗ ସତ୍ୱେ ସେଠାରେ ଥିବା କଳାପଥର କୁଆଡେ ଉଭାନ ହୋଇ ଯାଇଛି ତାହା ଦେଖିବାକୁ ମିଳୁନାହିଁ । ଲିଜ ଏରିଆ ଭିତରେ ଥିବା ଏତେ ପରିମାଣର କଳା ପଥର କିଏ କିଭଳି ଭାବରେ ବୋହି ନେଲେ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଲିଜଧାରୀ ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି ବିଭାଗୀୟ ଅଧିକାରୀ । ପ୍ରଶାସନର ଜ୍ଞାତ ସାରରେ ଏହି ପଥର ସେଠାରୁ ଅପହରଣ ହୋଇଛି ନା କାହା ଚାପରେ ପ୍ରଶାସନ ଚେପା ହେବା ପରେ ସେଠାରୁ ଅନାୟସରେ ପଥରକୁ ଉଠାଇ ନିଆଯାଇଛି ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ଲିଜ କାଗଜ ଖଣ୍ଡିକୁ ଆଳ କରି ସବୁ ଗଳା ବାଟ ଦେଇ ଲୁଟ୍ ଚାଲିଥିବା ବେଳେ ସବୁ ଜାଣି ସମସ୍ତେ ଏକ ପ୍ରକାର ଚୁପ ବସିଛନ୍ତି । କେନ୍ଦ୍ର ଖଣି ସୁରକ୍ଷା ମହାନିର୍ଦେଶକ ତଥା ଖଣି ନିର୍ଦେଶକ (ସୁରକ୍ଷା), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲା ଖଣି ଉପନିର୍ଦେଶକଙ୍କ ବିଭିନ୍ନ ନିର୍ଦେଶ ପତ୍ର ଏଥିରେ ରୋକ ଲଗାଇବାରେ ସକ୍ଷମ ହେଉନାହିଁ । କଳାପଥର ଖାଦାନ ଗୁଡିକରେ ସୁରକ୍ଷିତ ପରିଚାଳନା ପାଇଁ ଖଣି ପରିଚାଳକ ନିଯୁକ୍ତି ନିର୍ଦେଶକୁ ମଧ୍ୟ କାର୍ଯ୍ୟକାରୀ କରାଯାଉ ନାହିଁ । ଫଳରେ କଳାପଥର ଲୁଟ ପରିମାଣ କ୍ରମଶଃ ଧର୍ମଶାଳା ଖଣି ଖାଦାନରେ ବଢିବାରେ ଲାଗିଛି । ଏପରିକି ୧୪୪ ଧାରା ବଳବତର ରହିଥିବା ବେଳେ ଖଣିରେ ମହଜୁଦ ରହିଥିବା କଳା ପଥରକୁ ଦିନ ଦ୍ୱିପହରରେ ଲୁଟି ନେଉଛନ୍ତି ମାଫିଆ । ବେଆଇନ ଖନନ ଓ ଉତୋଳନ ବନ୍ଦ ରହିଥିବା କୁହାଯାଉଥିବା ବେଳେ ବାସ୍ତବ ଚିତ୍ର ଏବେ ଭିନ୍ନ । ମାତ୍ର ହାତ ଗଣତି କେତୋଟି ଖଣିଲିଜ ରହିଥିଲେ ମଧ୍ୟ ତାହା ଖଣି ନିୟମକୁ ପାଳନ କରୁନଥିବା ବେଳେ ଟିପି ନଥାଇ ହଜାର ହଜାର ଟନ୍ ଦୈନିକ ଡଙ୍କାରୀ, ରାହାଡ଼ପୁର ବିଛାଖଣ୍ଡି ଅଂଚଳରେ କ୍ରସରରେ ଚୁରାଯାଇ ବାହାରକୁ ଚାଲାଣ କରାଯାଉଛି । ଠିକ୍ ସେହି ଭଳି ରାତି ସାରା ବୁହାଯାଉଛି । ସକାଳକୁ କ୍ରସର ତଳେ ମୁଠେ ନାହିଁ । ଅନେକ କ୍ରସର ଏବେ ହାତ ବାନ୍ଧି ବସିଥିବା ବେଳେ ନିର୍ଦ୍ଧିଷ୍ଟ କିଛି କ୍ରସର ଏବେ ବିଭାଗୀୟ ଅଧିକାରୀଙ୍କ କୋଠ ପୁଅ ସାଜିଛନ୍ତି । ଧର୍ମଶାଳା ତହସିଲ ଅଂଚଳରେ ଯେତିକି ହାତଗଣତି ଖଣି ଲିଜ ଅଛି ତାହାଠାରୁ କ୍ରସର ମାନଙ୍କରେ ଢେର କଳାପଥର ମହଜୁତ ରଖି ଅନୌପଚରିକ ଭାବେ ଟନ୍ପିଛା ୧୦୦ଟଙ୍କା ନେଇ ସ୍ଥାନୀୟ ଅଞ୍ଚଳର କିଛି ପ୍ରଭାବଶାଳୀ ବ୍ୟକ୍ତି ଏଭଳି ବେଆଇନ କାରବାର ପଛରେ ରହିଥିବା ଆଲୋଚନା ହେଉଥିବା ବେଳେ ଏହାକୁ ରୂପରେଖ ଦେବାରେ ବିଭାଗୀୟ ଅଧିକାରୀ ସହଯୋଗ କରୁଥିବା ଭଳି ମନେ ହେଉଛି । ଅଭିଯୋଗ ପାଇ ମଧ୍ୟ କାର୍ଯ୍ୟନୁଷ୍ଠାନ ପାଇଁ କୁନ୍ଥୁକୁନ୍ଥୁ ହେଉଛି ବିଭାଗ । ଯାହା ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହୋଇ ପଡିଥିବା ବେଳେ ପରିସ୍ଥିତିର ଫାଇଦା ଉଠାଇ କିଛି ମୁନାଫା ଖୋର ଉଠାଇ ମାଲେମାଲ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ କିଛି ନିର୍ଦ୍ଧିଷ୍ଟ କ୍ରସର ଖଣି ଚୋରିର ମୁଖ୍ୟ କାର୍ପଟଦାର ସାଜିଥିଲେ ମଧ୍ୟ ସେମାନଙ୍କ ଉପରେ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଅଭାବରୁ ଖଣି ଚୋରିରେ ରୋକ ଲାଗିବା ପରିବର୍ତେ ବଢ଼ି ଚାଲିଥିବା ଆଲୋଚନା ହେଉଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଖଣି ବିଭାଗର ଦାୟିତ୍ୱ ନୁହେଁ କି?