ମଙ୍ଗଳା ମନ୍ଦିର ପ୍ରତିଷ୍ଠା
ଆନନ୍ଦପୁର: ଫେକୀରପୁର ଗ୍ରାମ ଜୟଦୁର୍ଗା ସାହିରେ ମଙ୍ଗଳା ମା'ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ ଆଜି ପ୍ରତୁ୍ୟଷରୁ ମାନସିକଧାରୀ ଶୋଭାଯାତ୍ରାରେ ପୁଣ୍ୟତୋୟା ବୈତରଣୀ ନଦୀରୁ କଳସ ବୁଡାଇ ଶକ୍ତି ପୀଠରେ ସ୍ଥାପନା କରିଥିଲେ । ପରେ ଚଣ୍ଡୀପାଠ, ହୋମଯଜ୍ଞ, ମନ୍ଦିର ପ୍ରତିଷ୍ଠା ଇତ୍ୟାଦି ପୂଜା କାର୍ଯ୍ୟକ୍ରମ ଚାଲିଥିଲା । ବରିଷ୍ଠ ସାମ୍ବାଦିକ ସତ୍ୟରଞ୍ଜନ ଦାସ ଏବଂ ପନôୀ ସଂଯୁକ୍ତା ଦାସ ଯଜମାନ କାର୍ଯ୍ୟ ନିଭାଇଥିବା ବେଳେ ପୂଜକ କାଠିଆ ଦେହୁରୀ, ପ୍ରଶାନ୍ତ ବାରିକ, ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶୁଶାନ୍ତ ବେହେରା, ଝରଣା ବେହେରା, ଶ୍ରୀକାନ୍ତ ବେହେରା, ରାଣୀ ଦାସ, ମାଧବ ପଣ୍ଡା, ରବୀନ ପଣ୍ଡା, ନିଶା ପଣ୍ଡା ବାଣୀଲତା ପୋଥାଳଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ସହଯୋଗ କରିଥିଲେ ।